କନକ ବ୍ୟୁରୋ : ସରକାରୀ ଚାକିରି ପାଇଲେ, କିନ୍ତୁ ମିଳୁନାହିଁ ପୋଷ୍ଟିଂ । ପୋଷ୍ଟାଲ ଓ ଇ-ମେଲରେ ନିଯୁକ୍ତି ପତ୍ର ପଠାଇଲେ ସରକାର । କିନ୍ତୁ ଏଯାବତ ପୋଷ୍ଟିଂ ଦେଇପାରିନଥିବାରୁ ରାସ୍ତାକଡ଼ରେ ଆଣ୍ଠେଇଲେ ଶତାଧିକ ପରୀକ୍ଷାର୍ଥୀ । ରାଜ୍ୟ ପ୍ରବରଣ ମଣ୍ଡଳ ପକ୍ଷରୁ କନଷ୍ଟେବଳ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାରେ ୨୦୮୦ ପଦବୀ ପାଇଁ ୧୮୫୩ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିଲେ । ସରକାରଙ୍କ ପକ୍ଷରୁ ନିଯୁକ୍ତି ପତ୍ର ବି ମିଳିଲା । କିନ୍ତୁ ସରକାର ପୋଷ୍ଟିଂ ଦେବାରେ ବିଳମ୍ବ କରୁଥିବାରୁ ପରୀକ୍ଷାର୍ଥୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ରାସ୍ତାରେ ଆଣ୍ଠେଇ ପୋଷ୍ଟିଂ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ପରୀକ୍ଷାର୍ଥୀ ।
ସରକାରୀ ଚାକିରି ପାଇଲେ, କିନ୍ତୁ ମିଳୁନାହିଁ ପୋଷ୍ଟିଂ; କନଷ୍ଟେବଳ ପଦ ପାଇଁ ପୋଷ୍ଟିଂ ମିଳିନଥିବାରୁ ଆଶାୟୀଙ୍କ ପ୍ରତିବାଦ
ସରକାରଙ୍କ ପକ୍ଷରୁ ନିଯୁକ୍ତି ପତ୍ର ବି ମିଳିଲା । କିନ୍ତୁ ସରକାର ପୋଷ୍ଟିଂ ଦେବାରେ ବିଳମ୍ବ କରୁଥିବାରୁ ପରୀକ୍ଷାର୍ଥୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି ।
/kanak/media/media_files/2025/06/23/constable-post-2025-06-23-13-55-50.jpg)