କନକ ବ୍ୟୁରୋ : ଆମ୍ବୁଲାନ୍ସ ଯୋଗୁ ପୁଣି ରୋଗୀ ହଟହଟା । ରୋଗୀ ଆଣିବାକୁ ଯାଇଥିଲେ ହେଲେ ରାସ୍ତାରେ ଗାଡ଼ି ଥୋଇ ଶୋଇପଡ଼ିଲେ କର୍ମଚାରୀ । ଏଭଳି ଚିତ୍ର ଦେଖିବାକୁ ମିଳିଛି ଉଦଳା ଥାନା କୁଣ୍ଡାବାଇ ଅଞ୍ଚଳରେ । ଗତକାଲି ରାତିରେ ହାଟପଦା ଅଞ୍ଚଳକୁ ରୋଗୀ ନେବାପାଇଁ ଆସିଥିଲା ୧୦୮ ଆମ୍ବୁଲାନ୍ସ । ହେଲେ ଅଧା ରାସ୍ତାରେ ଗାଡ଼ି ରଖି ତା’ ଭିତରେ ଶୋଇପଡ଼ିଲେ କର୍ମଚାରୀ । ନା ପହଞ୍ଚିଲେ ରୋଗୀ ପାଖରେ ନା ରୋଗୀଙ୍କୁ ଆଣିଲେ । ରାସ୍ତା ପାର୍ଶ୍ଵରେ ଗାଡ଼ି ଛିଡ଼ା କରି ଗାଡ଼ି କାଚ ଉଠାଇ ଭିତରେ କର୍ମଚାରୀ ଶୋଇପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ତେବେ ଆମ୍ବୁଲାନ୍ସ କେଉଁ ଅଞ୍ଚଳକୁ ଏବଂ କେଉଁ ରୋଗୀଙ୍କୁ ଆଣିବାକୁ ଯାଉଥିଲେ ତାହା ଜଣା ପଡିନଥିଲା । ପରେ ଆମ୍ବୁଲାନ୍ସଟି ବାଲେଶ୍ୱର ଜିଲ୍ଲା ବରହମପୁର ଅଞ୍ଚଳର ବୋଲି ଜଣାପଡ଼ିଥିଲା ।