କନକବ୍ୟୁରୋ:ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ । ଜୀବନ ପ୍ରତି ବିପଦ ଥିବା ସେ ଦର୍ଶାଇଛନ୍ତି । ସୁରକ୍ଷା ପାଇଁ ସେ ଜିଲ୍ଲାପାଳ ଓ ଏସ ପି ଙ୍କୁ ଚିଠି ମଧ୍ୟ ଲେଖିଛନ୍ତି ।  ଏଥିସହ ସେ କହିଛନ୍ତି ମୁଁ ସୁରକ୍ଷା ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛି । ଏହା ଉପରେ ଏସପି ମଧ୍ୟ ଯାଞ୍ଚ କରିବେ ବୋଲି କହିଛନ୍ତି । ଯିଏ ବନ୍ଧୁକ ଚଳାଇ ପାରୁଛି, ସେ ଜୀବନ ବି ନେଇପାରିବ ।

Advertisment

ମୁଁ ଜଣେ ଲୋକ ପ୍ରତିନିଧି, ଲୋକଙ୍କ କାମ କରିବି । ସୁରକ୍ଷା ମୋତେ ନିଶ୍ଚୟ ଦରକାର , ପୂର୍ବତନ ବିଧାୟକ ଓ ତାଙ୍କ ସମର୍ଥକ ମାନେ ଏତେ ପାଗଳ ଓ ରକ୍ତମୁଖା ହୋଇଗଲେଣି ଯେ, ଗୁଳି ଚାଳନା ପାଇଁ ମଧ୍ୟ ପଛଘୁଂଚା ଦେଉନାହାନ୍ତି । ବିଜେଡ଼ିର ବ୍ଲକ ସଭାପତି ଜଳଧର ମହାନ୍ତି ଏବଂ ଯୁବ ସଭାପତି ଖିତିଶ ନାୟକ କିଛି ଲୋକଙ୍କୁ ଆଣି ଏଭଳି କାର୍ୟ୍ୟ କରିଥିଲେ । ସେମାନଙ୍କ ନାଁରେ ଥାନାରେ ଏତଲା ମଧ୍ୟ ଦିଆଯାଇଛି । ତଥାପି ସେମାନେ ଖୁଲମଖୁଲ୍ଲା ବୁଲୁଛନ୍ତି । ତାଙ୍କ ଗୁଣ୍ଡାରାଜ ବହୁତ ବଢ଼ି ଯାଇଛି । ମୋହନ ସରକାର କଦାପି ଏହାକୁ ବରଦାସ୍ତ କରିବେ ନାହିଁ । ସେମାନେ ସବୁ ଜେଲ ଯିବା ଥୟ ।