କନକ ବ୍ୟୁରୋ: ପ୍ରକାଶ ପାଇଛି ସ୍ବଚ୍ଛ ସର୍ବେକ୍ଷଣ ୨୦୨୪ ତାଲିକା । ସ୍ୱଚ୍ଛ ସହରକୁ ପୁରସ୍କୃତ କରିଛନ୍ତି କେନ୍ଦ୍ର ସରକାର । ଆଉ ଏଥିରେ ସାରା ଭାରତରେ ଦ୍ବିତୀୟ ସ୍ବଚ୍ଛ ସହର ଭାବେ ସମ୍ମାନିତ ହୋଇଛି ଗଞ୍ଜାମର ଆସିକା ଏନ୍‌ଏସି ଏବଂ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ଯାହାକୁ ନେଇ ଆସିକାରେ ଖୁସିର ଲହରି ଖେଳିଯାଇଛି । 

Advertisment

ଦିଲ୍ଲୀରେ ଚମକିଲା ଆସିକା ଏନ୍ଏସି‌
ରାଜ୍ୟର ପ୍ରଥମ ଓ ଦେଶର ଦ୍ବିତୀୟ ସ୍ବଚ୍ଛ ସହର 

ଲୋକ ବହୁଳ ସହର ହୋଇ ବି ସ୍ୱଚ୍ଛ ଥିବାରୁ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ସମ୍ମାନିତ ହୋଇଛି ଆସିକା ଏନ୍ଏସି । ସ୍ବଚ୍ଛ ସର୍ବେକ୍ଷଣ-୨୦୨୪ ତାଲିକାର ଦେଶରେ ଦ୍ୱିତୀୟ ଏବଂ ରାଜ୍ୟ ତାଲିକାର ପ୍ରଥମ ସ୍ଥାନରେ ରହିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଆସିକା ଏନ୍‌ଏସି ପକ୍ଷରୁ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଏନ୍‌ଏସି ଅଧ୍ୟକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।  

ବିଭିନ୍ନ ମାନଦଣ୍ଡକୁ ଆଧାର କରି ଆସିକା ସ୍ବଚ୍ଛ ସହର ରୂପେ ପୁରସ୍କୃତ ହେବାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏବେ ବି ସହର ଅନେକ ସ୍ଥାନରେ ଡ୍ରେନେଜ୍‌ ସମସ୍ୟା ରହିଛି । ଜନଗହଳିପୂର୍ଣ୍ଣ ସ୍ଥାନରେ ଶୌଚାଳୟଗୁଡ଼ିକ ବନ୍ଦ ରହିଛି । ଲୋକ ବାହାରେ ଶୌଚ ହେଉଛନ୍ତି । ଏଥିପ୍ରତି ବିଜ୍ଞାପିତ ଅଞ୍ଚଳ ପରିଷଦ ଧ୍ୟାନ ଦେବାକୁ ଦାବି ହୋଇଛି । ଆସିକା ଭଳି ଗଞ୍ଜାମ ଜିଲ୍ଲାର ଚିକିଟି ସହର ମଧ୍ୟ ପୁରସ୍କୃତ ହୋଇଛି ।

(ଆସ୍କାରୁ ମନୋଜ ଗୌଡ଼ଙ୍କ ରିପୋର୍ଟ)