କନକ ବ୍ୟୁରୋ: ଭାରତକୁ ନିଚା ଦେଖାଇବାକୁ ପାକିସ୍ତାନ ରକ୍ଷା ମନ୍ତ୍ରୀ ଏଭଳି କଥା କହିଦେଲେ ଯାହା ତାଙ୍କୁ ହିଁ ଅପଦସ୍ତ କଲା । ଭାରତକୁ ମର୍ସିଡିଜ୍ କାର ସହ ତୁଳନା କରିବା ସହ ନିଜ ଦେଶ ପାକିସ୍ତାନକୁ ଡମ୍ପର ସହ ତୁଳନା କରିବେ କ’ଣ ଡମ୍ପିଂ ଟ୍ରକ ସହ ତୁଳନା କଲେ । ନିଜ ଦେଶକୁ ଅଳିଆ ଟ୍ରକ ସହ ତୁଳନା କରି ଏବେ ଧୁମ୍ ଟ୍ରୋଲ ହେଉଛନ୍ତି ପାକିସ୍ତାନ ଫିଲ୍ଡ ମାର୍ସଲ ଆସୀମ ମୁନିର ।
ପାକିସ୍ତାନର ସେନାମୁଖ୍ୟ ଫିଲ୍ଡ ମାର୍ସଲ ଅସୀମ ମୁନିର ଅପରେସନ ସିନ୍ଦୂର ପରେ ଦ୍ୱିତୀୟ ଥର ପାଇଁ ଆମେରିକା ଗସ୍ତ କରିଛନ୍ତି । ଏହି ସମୟରେ ସେ ଭାରତକୁ ନେଇ ବିଷ ଉଗାଳିବା ବେଳେ ନିଜ ଦେଶରେ ଭୁଲ ବଶତଃ ଡମ୍ପିଂ ଟ୍ରକ୍ ସହ ତୁଳନା କରିଛନ୍ତି । ଏହା ସହ ଆମେରିକାର ବଳ ପାଇ ବିଶ୍ବକୁ ଦେଇଛନ୍ତି ପରମାଣୁ ଧମକ ।
ଭାରତକୁ ପରମାଣୁ ଅସ୍ତ୍ର ପ୍ରୟୋଗ ଧମକ ଦେଇ ମୁନିର କହିଛନ୍ତି, ଯଦି ପାକିସ୍ତାନ କୌଣସି ବଡ଼ ବିପଦର ସମ୍ମୁଖୀନ ହୁଏ, ତେବେ ତାଙ୍କ ଦେଶ ପରମାଣୁ ଯୁଦ୍ଧରେ ଅବତୀର୍ଣ୍ଣ ହେବ । ଆମେ ଏକ ପରମାଣୁ ରାଷ୍ଟ୍ର । ଯଦି ଆମେ ଅନୁଭବ କରିବୁ ଯେ ଆମେ ପରାଜୟର ସମ୍ମୁଖୀନ ହେବାକୁ ଯାଉଛୁ, ତା’ହେଲେ ଆମେ ଅଧା ଦୁନିଆକୁ ଆମ ସହିତ ଧ୍ବଂସ କରିଦେବୁ । ସିନ୍ଧୁ ନଦୀ ଜଳ ରୋକିବା ପାଇଁ ଯଦି ଭାରତ ଡ୍ୟାମ୍ ନିର୍ମାଣ କରିବ ତା’ହେଲେ ଆମେ ସେହି ଡ୍ୟାମ୍କୁ ଉଡ଼ାଇ ଦେବୁ । ଆମେ ନଦୀବନ୍ଧ ନିର୍ମାଣ କରିବା ପର୍ଯ୍ୟନ୍ତ ଅପେକ୍ଷା କରିବୁ ଏବଂ ଯେତେବେଳେ ଭାରତ ନିର୍ମାଣ କରିସାରିବ, ଆମେ ୧୦ଟି କ୍ଷେପଣାସ୍ତ୍ର ନିକ୍ଷେପ କରିବୁ । ସିନ୍ଧୁ ନଦୀ ଭାରତର ପାରିବାରିକ ସମ୍ପତ୍ତି ନୁହେଁ। ଆମ ପାଖରେ କ୍ଷେପଣାସ୍ତ୍ରର କୌଣସି ଅଭାବ ନାହିଁ।" । ଆମେ ବୁଡ଼ିଲେ ଅଧା ଦୁନିଆକୁ ନେଇ ବୁଡ଼ିବୁ’ ବୋଲି ଧମକ ଦେଇଛନ୍ତି ମୁନିର ।
Follow Us