କନକ ବ୍ୟୁରୋ : ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଆଥଲେଟିକ୍ସ ସେଣ୍ଟରରେ ଆରମ୍ଭ ହୋଇଛି ୨୮ ତମ ଏସିଆନ ଟେବୁଲ ଟେନିସ ଚାମ୍ପିୟନସିପ୍‌ । ଅନ୍ତର୍ଜାତୀୟ ଟେବୁଲ ଟେନିସ୍ ଫେଡେରେସନର ଆନୁକୂଲ୍ୟରେ ଆୟୋଜିତ ଚାମ୍ପିୟନସିପ୍‌ ପ୍ରଥମ ଥର ପାଇଁ ଓଡ଼ିଶାରେ ହେଉଛି । ଚଳିତ ଥର ଏକାଧିକ ମେଡାଲ ଆଶା ରଖିଛନ୍ତି ଭାରତୀୟ ଖେଳାଳି ।

Advertisment

୨୮ ତମ ଏସିଆନ ଟେବୁଲ ଟେନିସ ଚାମ୍ପିୟନସିପ୍‌ ଉଦ୍‌ଘାଟନୀ ମ୍ୟାଚ୍‌ରେ ଗ୍ରୁପ ୧ର ପୁରୁଷ ବିଭଗରେ ମୁହାଁମୁହିଁ ହୋଇଛନ୍ତି ଶ୍ରୀଲଙ୍କା-କାଜକିସ୍ତାନ । ଗ୍ରୁପ ୨ରେ ମଙ୍ଗୋଲିଆ ଓ ମାଲଦୀପ ମଧ୍ୟରେ ଟକ୍କର ହୋଇଥିବା ବେଳେ ଗ୍ରୁପ ୩ରେ ଉଜବେକିସ୍ତାନ ଭେଟିଛି ଓମାନକୁ । ମହିଳା ବିଭଗରେ ମଙ୍ଗୋଲିଆ ଶ୍ରୀଲଙ୍କାକୁ ଏବଂ କାଜକିସ୍ତାନ ମାଲଦୀପକୁ ଭେଟିଛି । ସୋମବାରରୁ ଭାରତୀୟ ଟିମ୍‌ ଅଭିଯାନ ଆରମ୍ଭ କରିବ । 

କଳିଙ୍ଗ ଷ୍ଟାଡିୟମ ଟେନିସ ସେଣ୍ଟରରେ ଆରମ୍ଭ ହୋଇଛି ଆଇଟିଏଫ ମାଷ୍ଟର୍ସ ଟେନିସ ଟୁର୍‌ । ଭାରତର ୧୦୬ ଖେଳାଳିଙ୍କ ସମେତ ଜର୍ମାନୀ ଓ ସ୍ଲୋଭାକିଆରୁ ୩ ଜଣ ଖେଳାଳି ଏଥିରେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୭୦ରୁ ଅଧିକ ଓଡ଼ିଆ ଖେଳାଳି । ଟୁର୍ଣ୍ଣାମେଣ୍ଟରେ ବିଜୟୀ ଖେଳାଳି ଶହେ ପଏଣ୍ଟ ପାଇବେ । ଆଗକୁ ଅଧିକ ବର୍ଗରେ ପ୍ରତିଯୋଗିତା କରିବାକୁ ସଙ୍ଘ ଲକ୍ଷ୍ୟ ରହିଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ଖେଳୁଥିବାରୁ ବିଦେଶୀ ଖେଳାଳି ବି ବେଶ୍‌ ଉତ୍ସାହିତ । ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଏସିଆନ ଚାମ୍ପିୟନସିପ୍‌ର ଶେଷ୍ଠ ଖେଳାଳି ମାନେ ୨୦୨୬ ଲଣ୍ଡନ ବିଶ୍ୱ ଚାମ୍ପିୟନସିପ ପାଇଁ ଯୋଗ୍ୟତା ଅର୍ଜନ କରିବେ ।