କନକ ବ୍ୟୁରୋ: ନୂଆଦିଲ୍ଲୀର ଡ. କର୍ଣ୍ଣି ସିଂ ସୁଟିଂ ରେଞ୍ଜରେ ଚାଲିିଥିବା ଏସୀୟ ସୁଟିଂ ଚାମ୍ପିୟନସିପ୍‌ରେ ଏଲାଭେନିଲ୍‌ ବାଲାରିବାନ୍‌ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୧୦ ମିଟର ଏୟାର୍‌ ରାଇଫଲ୍‌ ବର୍ଗରେ ୨୫୨ ଅଙ୍କ ହାସଲ କରି ସେ ଏହି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଜାପାନର ମିସାକି ନୋବାଟା ୨୫୧.୫ ଅଙ୍କ ସହ ରୌପ୍ୟ ପଦକ ପାଇଥିବାବେଳେ ଭାରତର ମେଘନା ସଜ୍ଜନାର ୨୨୯.୫ ଅଙ୍କ ସହ କାଂସ୍ୟ ପଦକ ପାଇଛନ୍ତି। ଭାରତର ଆର୍ଯ୍ୟା ବୋରସେ ୨୦୯ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛନ୍ତି। ଏସୀୟ ସୁଟିଂରେ ଏହା ହେଉଛି ଏଲାଭେନିଲ୍‌ଙ୍କ ତୃତୀୟ ଟାଇଟଲ।

Advertisment

ଆହୁରି ପଢ଼ନ୍ତୁ...  ଟ୍ବେଣ୍ଟି-୨୦ ବିଶ୍ବକପ୍ : ନେଦରଲାଣ୍ଡସ୍‌ ବିପକ୍ଷରେ ସଂଘର୍ଷ କରି ଜିତିଲା ପାକିସ୍ତାନ

୨୦୨୫ରେ କାଜାକସ୍ଥାନରେ ଅନୁଷ୍ଠିତ ଏସୀୟ ସୁଟିଂ ଚାମ୍ପିୟନସିପ୍‌ରେ ମଧ୍ୟ ଏଲାଭେନି ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୧୯ରେ କତରର ଦୋହାରେ ଅନୁଷ୍ଠିତ ଏସୀୟ ସୁଟିଂରେ ଏଲାଭେନି ପ୍ରଥମ ଥର ପାଇଁ ସ୍ବର୍ଣ୍ଣ ଜିତିଥିଲେ। ଭାରତର ଏଲାଭେନିଲ୍‌, ମେଘନା ଓ ଆର୍ଯ୍ୟା ଦଳଗତଭାବେ ୧୮୯୨.୬ ଅଙ୍କ ହାସଲ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଆଜିର ବିଜୟ ସହ ଚଳିତ ପ୍ରତିଯୋଗିତାରେ ଭାରତର ମୋଟ ପଦକ ସଂଖ୍ୟା ୧୧ରେ ପହଞ୍ଚିଛି। ଏଥିରେ ୬ଟି ସ୍ବର୍ଣ୍ଣ, ୩ଟି ରୌପ୍ୟ ଓ ୨ଟି କାଂସ୍ୟ ପଦକ ଅନ୍ତର୍ଭୁକ୍ତ।