କନକ ବ୍ୟୁରୋ: ଏସୀୟ ସୁଟିଂ ଚାମ୍ପିୟନସିପ୍ ଆସନ୍ତା ବର୍ଷ ଦିଲ୍ଲୀରେ ଅନୁଷ୍ଠିତ ହେବ ବୋଲି ଭାରତୀୟ ଜାତୀୟ ରାଇଫଲ୍ ସଂଘ ପକ୍ଷରୁ ଘୋଷଣା କରାଯାଇଛି । ତେବେ ଏହାର ତାରିଖ ଧାର୍ଯ୍ୟ କରାଯାଇନାହିଁ । ୨୦୨୮ ଲସ୍ ଆଞ୍ଜେଲ୍ସ୍ ଅଲିମ୍ପିକ୍ସ ନିମସ୍ତେ ଯୋଗ୍ୟତା ହାସଲ କରିବାକୁ ଏଥିରେ ୮ଟି କୋଟା ରହିବ । ଏ ନେଇ ଏସୀୟ ସୁଟିଂ ମହାସଂଘ ପକ୍ଷରୁ ଭାରତୀୟ ଜାତୀୟ ରାଇଫଲ୍ ସଂଘର ସଭାପତି କଳିକେଶ ନାରାୟଣ ସିଂ ଦେଓଙ୍କୁ ଏକ ପତ୍ର ଲେଖି ନିଶ୍ଚିତ କରିଛନ୍ତି । ଏହା ମଧ୍ୟ ୨୦୨୮ ଅଲିମ୍ପିକ୍ସ ପାଇଁ ଭାରତରେ ଆୟୋଜିତ ଦ୍ବିତୀୟ ସୁଟିଂ କ୍ବାଲିଫାଇଙ୍ଗ୍ ପ୍ରତିଯୋଗିତା ହେବ । ଆସନ୍ତା ବର୍ଷ ମଧ୍ୟ ଭାରତରେ ରାଇଫଲ୍, ପିସ୍ତଲ୍ ଓ ସଟଗନ୍ ସୁଟରମାନଙ୍କ ପାଇଁ ଆଇଏସ୍ଏସ୍ଏଫ୍ ବିଶ୍ବକପ୍ ଶୃଙ୍ଖଳା ଅନୁଷ୍ଠିତ ହେବ । ଏହି ପ୍ରତିଯୋେଗିତାରେ ମଧ୍ୟ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ୧୨ଟି କୋଟା ରହିବ । ଏହି ପ୍ରତିଯୋଗିତା ୨୦୧୭ ଏପ୍ରିଲ ୨୧ରୁ ୩୦ ପର୍ଯ୍ୟନ୍ତ ଡ. କର୍ଣ୍ଣି ସିଂ ସୁଟିଂ ରେଞ୍ଜରେ ଅନୁଷ୍ଠିତ ହେବ । ଏ ସଂପର୍କରେ କଳିକେଶ କହିଛନ୍ତି ଯେ ଏହି ପ୍ରତିଯୋଗିତା ଭାରତୀୟ ସୁଟରମାନଙ୍କ ପାଇଁ ବେଶ ଉପଯୋଗୀ ହୋଇପାରିବ, କାରଣ ସେମାନେ ଘରୋଇ ମାଟିରେ ଏହି ଦୁଇଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅଲିମ୍ପିକ୍ସ ଲାଗି କୋଟା ସ୍ଥାନ ଜିତିପାରିବେ ।
ଏହା ବି ପଢ଼ନ୍ତୁ: ପିସିବିକୁ କାଠଗଡ଼ାକୁ ଟାଣିବେ ପ୍ରସାରଣକାରୀ ସଂସ୍ଥା
ଅଲିମ୍ପିକ୍ସ ତୀରନ୍ଦାଜି ପାଇଁ ଯୋଗ୍ୟତା ପ୍ରକ୍ରିୟା ଘୋଷଣା
୨୦୨୮ ଲସ୍ ଆଞ୍ଜେଲ୍ସ୍ ଅଲିମ୍ପିକ୍ସ ନିମନ୍ତେ ତୀରନ୍ଦାଜି ଇଭେଣ୍ଟ ପାଇଁ ଯୋଗ୍ୟତା ପ୍ରକ୍ରିୟା ଘୋଷଣା କରିଛି ବିଶ୍ବ ତୀରନ୍ଦାଜ ମହାସଂଘ । ତୀରନ୍ଦାଜୀ ଇଭେଣ୍ଟ୍ ଅଧିନରେ ୬ଟି ବର୍ଗ ରହିବ ଓ ମୋଟ ୧୨୮ଟି କୋଟା ସ୍ଥାନ ରହିବ । ସେଗୁଡ଼ିକ ମଧ୍ୟରୁ ୬୪ଟି ମହିଳା ଓ ୬୪ଟି ପୁରୁଷଙ୍କ ପାଇଁ ରହିବ । ମହାସଂଘ ଅଧିନରେ ଅନ୍ତର୍ଜାତୀୟ ସ୍ତରରେ ଆୟୋଜନ କରାଯାଉଥିବା ବିଶ୍ବ ତୀରନ୍ଦାଜି ଚାମ୍ପିୟନସିପ୍, କଣ୍ଟିନେଣ୍ଟାଲ୍ ଗେମ୍ସ ଆଦି ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ତୀରନ୍ଦାଜମାନେ ଯୋଗ୍ୟତା ଅର୍ଜନ କରିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/03/shooting-2026-02-03-22-16-41.jpg)