କନକ ବ୍ୟୁରୋ : ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ଆୟୋଜିତ ଏସିଆ ସ୍କୁଲ୍‌ ରଗବି ସେଭେନ୍ସ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ୱ କରୁଥିବା ‘କିସ୍ ଇଣ୍ଡିଆ’ ବାଳିକା ଦଳ ବିଜେତା ହୋଇଛି । ମାଲେସିଆ, ଥାଇଲାଣ୍ଡ, ଲାଓସ ଭଳି ଶକ୍ତିଶାଳୀ ଦେଶକୁ ହରାଇ ‘କିସ୍ ଇଣ୍ଡିଆ’ ଟ୍ରଫି ହାସଲ କରି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛି। ୧୪ ଜଣିଆ ‘କିସ୍ ଇଣ୍ଡିଆ’ ବାଳିକା ଦଳର ଅଧିନାୟକ ଭାବେ ମାମାଲି ସିଂହ ରହିଥିଲା ବେଳେ ପ୍ରଶିକ୍ଷକ ଜାପାନର ହିରାନୋ ମିକିନୋରି ଓ ପ୍ରବନ୍ଧକ ଭାବେ ନିର୍ମାଲ୍ୟ ରାଉତ ଦଳ ସହ ଥିଲେ ।

Advertisment

ଅଧିକ ପଢ଼ନ୍ତୁ : ହକି ଇଣ୍ଡିଆ ଲିଗ୍‌: କଳିଙ୍ଗ ଲାନ୍‌ସର୍ସର ହ୍ୟାଟ୍ରିକ୍‌ ବିଜୟ

ଏହି ଗୌରବମୟ ସଫଳତା ଲାଗି ଖେଳାଳିମାନଙ୍କୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ଭାରତୀୟ ରଗ୍‌ବି ଫୁଟବଲ୍ ୟୁନିଅନ୍, କ୍ରୀଡ଼ା ବିଭାଗ, ଓଡ଼ିଶା ରଗବି ଫୁଟ୍‌ବଲ୍ ସଂଘର ଉପସଭାପତି ଉପେନ୍ଦ୍ର ମହାନ୍ତି ଓ ଅନ୍ୟସଦସ୍ୟମାନେ ଅଭିନନ୍ଦନ ଜଣାଇଛନ୍ତି । ଥାଇ ରଗ୍‌ବି ୟୁନିଅନ୍ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ଥାଇଲାଣ୍ଡ ସହିତ ଲାଓସ୍‌, ମାଲେସିଆ, ପାକିସ୍ତାନ, ଚାଇନିଜ୍ ତାଇପେଇ ସ୍କୁଲ ଓ କଲେଜ ଦଳ ଅଂଶଗ୍ରହଣ କରିଥିଲେ ।