କନକବ୍ୟୁରୋ : ମଙ୍ଗଳବାରଠାରୁ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ସପ୍ତଦଶ ସଂସ୍କରଣ ୟୁଏଇରେ ଆରମ୍ଭ ହେବ। ଉଦ୍ଘାଟନୀ ମୁକାବିଲାରେ ଏଠାକାର ସେଖ୍ ଜାୟେଦ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଦୁଇ ଯୁବ ଓ ଉଦୀୟମାନ ଦଳ ଆଫଗାନିସ୍ତାନ ଓ ହଂକଂ ମୁହାଁମୁହିଁ ହେବେ। ଉଭୟ ଦଳ ପଞ୍ଚମ ଥର ଲାଗି ୧୯୮୪ ମସିହାରୁ ଆରମ୍ଭ ହୋଇଥିବା ଏହି ବହୁରାଷ୍ଟ୍ରୀୟ ପ୍ରତିଯୋଗିତାରେ ହଂକଂ ପଞ୍ଚମ ଥର ଲାଗି, ଆଫଗାନିସ୍ତାନ ଚତୁର୍ଥ ଥର ଲାଗି ଖେଳିବେ।
ପଦାର୍ପଣ ବର୍ଷ ଦୃଷ୍ଟିରୁ କିନ୍ତୁ ହଂକଂ ପ୍ରତିପକ୍ଷ ଆଫଗାନିସ୍ତାନ ଦୃଷ୍ଟିରୁ ଅଧିକ ଅଭିଜ୍ଞ। ହଂକଂ ୨୦୦୪ ମସିହାରେ ଏବଂ ଆଫଗାନିସ୍ତାନ ୨୦୧୪ ମସିହାରେ ପ୍ରଥମ ଥର ପାଇଁ ଏସିଆ କପ୍ ଖେଳିଥିଲା। ଏଣୁ ଆଫଗାନିସ୍ତାନ ଏହି ମ୍ୟାଚ୍ର ଫେଭରିଟ୍ ଦଳ ଭାବେ ପଡ଼ିଆକୁ ଓହ୍ଲାଇବ। ଭାରତ ନିଜ ପ୍ରଥମ ମ୍ୟାଚ୍ ୧୦ ତାରିଖ ୟୁଏଇ ସହ ଖେଳି ଅଭିଯାନ ଆରମ୍ଭ କରିବ। ୧୪ ତାରିଖରେ ପାକିସ୍ତାନ ଓ ୧୯ରେ ଓମାନ୍ ସହ ଖେଳିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/09/09/60-2025-09-09-21-39-25.jpg)