କନକ ବ୍ୟୁରୋ: ଦୁବାଇ ଷ୍ଟାଡିୟମରେ ପାକିସ୍ତାନକୁ ମାତ୍ ଦେଇଛି ଭାରତ । ଏସିଆ କପର ଏହି ହାଇଭୋଲ୍ଟେଜ୍ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୧୨୮ ରନର ଲକ୍ଷ୍ୟ ରଖିଲା ପାକିସ୍ତାନ । ଜବାବରେ ୧୫ ଓଭର ୫ଟା ବଲ୍ ଖେଳି ୭ ୱିକେଟରେ ବାଜି ମାରିନେଇଛି ସୂର୍ଯ୍ୟବାହିନୀ । ଭାରତର ଏହି ବିଜୟ ପଛରେ ଓପନର ଅଭିଶେକ ଶର୍ମା, ମିଡିଲ୍ ଅର୍ଡରରେ କ୍ୟାପଟେନ୍ ସୂର୍ଯ୍ୟ କୁମାର ଯାଦବ ଓ ତିଲକ ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂର ଯୋଗଦାନ ରହିଛି ।
ଦୁବାଇ ଷ୍ଟାଡିୟମ ଠାରେ ଖେଳାଯାଉଥିବା ଏସିଆ କପ୍ ଭାରତ-ପାକିସ୍ତାନ ମୁକାବିଲାରେ ପାକିସ୍ତାନ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ସ୍ଥିତି ଏପରି ହୋଇଥିଲା ଯେ ପାକିସ୍ତାନର ସ୍କୋର ୧୦୦ ରନ ଟପିବା କଷ୍ଟକର ମନେ ହେଉଥିଲା ଶେଷ ଆଡ଼କୁ ସାହିନ ଆଫ୍ରିଦଙ୍କ ୪ଟି ଛକା ବଳରେ ୧୨୭ ରନ୍ କରିବାକୁ ସକ୍ଷମ ହୋଇଥିଲା । ଜବାବରେ ଭାରତୀୟ ବ୍ୟାଟର ମାନେ ଆରମ୍ଭରୁ ହିଁ ପାକ୍ ବୋଲରଙ୍କ ଉପରେ ଭାରି ପଡ଼ିଥିଲେ ଏବଂ ଶେଷର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ମଧ୍ୟରୁ ଭାରତ ସହଜରେ ପାକିସ୍ତାନକୁ ଚିତ୍ କରିଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/09/14/4444444444-2025-09-14-23-30-19.jpg)