କନକ ବ୍ୟୁରୋ : ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସୁପର-୪ ମୁକାବିଲାରେ ଆଜି ଭାରତୀୟ ଟିମ୍ ବାଂଲାଦେଶକୁ ଭେଟିବ । ଆଜି ଯଦି ଭାରତ ବିଜୟୀ ହେବ ତେବେ ଫାଇନାଲରେ ପହଂଚିବା ସହଜ ହେବ । ବାଂଲାଦେଶ ସୁପର -୪ରେ ଶ୍ରୀଲଙ୍କାକୁ ପରାଜିତ କରିଛି । ଯଦି ଆଜି ବାଂଲାଦେଶ ଭାରତକୁ ପରାଜିତ କରିବ ତେବେ ବାଂଲାଦେଶ ମଧ୍ୟ ଫାଇନାଲରେ ପହଂଚିବା ସହଜ ହେବ । 

Advertisment

ଟି-୨୦ କ୍ରିକେଟରେ ଭାରତ ବାଂଲାଦେଶ ଉପରେ ସବୁବେଳେ ଭାରି ପଡ଼ିଛି । ଦୁଇ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ୧୭ ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି । ଏଥିରୁ ୧୬ ଟିରେ ଭାରତ ବିଜୟୀ ହୋଇଛି । ବାଂଲାଦେଶ କେବଳ ଗୋଟିଏ ମ୍ୟାଚ ଜିତିବାରେ ସଫଳ ହୋଇଛି । 

ସେପଟେ ଭାରତୀୟ ଟିମ୍ ସେହି ୧୧ ଜଣ ଖେଳାଳିଙ୍କୁ ଧରି ପଡ଼ିଆକୁ ଓହ୍ଲାଇବ, ଯେଉଁ ଟିମ୍ ପାକିସ୍ତାନ ବିପକ୍ଷରେ ସୁପର ୪ ମୁକାବିଲାରେ ଖେଳିଥିଲେ । ସେପଟେ ବାଂଲାଦେଶ ପ୍ଲେଇଙ୍ଗ-୧୧ ଟିମର କିଛିଟା ପରିବର୍ତ୍ତନ ହୋଇପାରେ ବୋଲି ଅନୁମାନ କରାଯାଇଛି ।