କନକ ବ୍ୟୁରୋ : ଆଜିଠୁ ଏସିଆ କପ୍ କ୍ରିକେଟ । ପ୍ରଥମ ଦିନରେ ମୁହାଁମୁହିଁ ହେବେ ଆଫଗାନିସ୍ତାନ-ହଂକଂ । ସନ୍ଧ୍ୟା ୮ଟାରେ ଆରମ୍ଭ ହେବ ମ୍ୟାଚ୍ । କାଲି ଭାରତ, ୟୁଏଇ ମୁକାବିଲା । ୨୮ ତାରିଖ ଯାଏ ଚାଲିବ ଟୁର୍ଣ୍ଣାମେଣ୍ଟ୍ । ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ସପ୍ତଦଶ ସଂସ୍କରଣ ୟୁଏଇରେ ଅନୁଷ୍ଠିତ ହେବ । ଉଦ୍ଘାଟନୀ ମୁକାବିଲାରେ ଏଠାକାର ସେଖ୍ ଜାୟେଦ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଦୁଇ ଯୁବ ଓ ଉଦୀୟମାନ ଦଳ ଆଫଗାନିସ୍ତାନ ଓ ହଂକଂ ମୁହାଁମୁହିଁ ହେବେ । ୧୯୮୪ ମସିହାରୁ ଆରମ୍ଭ ହୋଇଥିବା ଏହି ବହୁରାଷ୍ଟ୍ରୀୟ ପ୍ରତିଯୋଗିତାରେ ହଂକଂ ପଞ୍ଚମ ଥର ଲାଗି ଆଫଗାନିସ୍ତାନ ଚତୁର୍ଥ ଥର ଲାଗି ଖେଳିବେ । ପଦାର୍ପଣ ବର୍ଷ ଦୃଷ୍ଟିରୁ କିନ୍ତୁ ହଂକଂ ପ୍ରତିପକ୍ଷ ଆଫଗାନିସ୍ତାନ ଦୃଷ୍ଟିରୁ ଅଧିକ ଅଭିଜ୍ଞ । ହଂକଂ ୨୦୦୪ ମସିହାରେ ଏବଂ ଆଫଗାନିସ୍ତାନ ୨୦୧୪ ମସିହାରେ ପ୍ରଥମ ଥର ପାଇଁ ଏସିଆ କପ୍ ଖେଳିଥିଲା । ଏଣୁ ଆଫଗାନିସ୍ତାନ ଏହି ମ୍ୟାଚ୍ର ଫେଭରିଟ୍ ଦଳ ଭାବେ ପଡ଼ିଆକୁ ଓହ୍ଲାଇବ। ଭାରତ ନିଜ ପ୍ରଥମ ମ୍ୟାଚ୍ ୧୦ ତାରିଖ ୟୁଏଇ ସହ ଖେଳି ଅଭିଯାନ ଆରମ୍ଭ କରିବ । ୧୪ ତାରିଖରେ ପାକିସ୍ତାନ ଓ ୧୯ରେ ଓମାନ୍ ସହ ଖେଳିବ ।
ଆଜିଠୁ ଏସିଆ କପ୍ : ପ୍ରଥମ ଦିନରେ ମୁହାଁମୁହିଁ ହେବେ ଆଫଗାନିସ୍ତାନ-ହଂକଂ
୨୮ ତାରିଖ ଯାଏ ଚାଲିବ ଟୁର୍ଣ୍ଣାମେଣ୍ଟ୍ । ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ସପ୍ତଦଶ ସଂସ୍କରଣ ୟୁଏଇରେ ଅନୁଷ୍ଠିତ ହେବ ।
/kanak/media/media_files/2025/09/09/asia-cup-2025-09-09-09-38-58.jpg)