କନକ ବ୍ୟୁରୋ : ଆଜି ବିଗ୍ ଫାଇଟ୍ । ବଡ଼ ମୁକାବିଲା । ଟାଇଟଲ୍ ଲଢ଼େଇ । ୪୧ ବର୍ଷରେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ପାକିସ୍ତାନ ଟକ୍କର । ପ୍ରତି ମୁହୂର୍ତ୍ତରେ ରହିବ ରୋମାଞ୍ଚ । କହିବାକୁ ଗଲେ କ୍ରିକେଟରଙ୍କ ଠାରୁ ଫ୍ୟାନ୍ସ ସମସ୍ତଙ୍କ ଛାତି  ଜୋରରେ ଧକ ଧକ କରିବ । ସେପଟେ ଅପରାଜେୟ ଟିମ ଇଣ୍ଡିଆ ଦୁବାଇରେ ଦମ ଦେଖାଇବାକୁ ପ୍ରସ୍ତୁତ । ଅନ୍ୟପଟେ  ପାକିସ୍ତାନ ବଡ଼ ଓଲଟପାଲଟ କରିବା ଚକ୍କରରେ ।

Advertisment

ଦୁବାଇରେ ରାତି ୮ଟାରେ ମ୍ୟାଚ୍ ଆରମ୍ଭ ହେବ । ନବମ ଥର ଲାଗି ଏସିଆ କପ୍ ଚାମ୍ପିଅନ ଲକ୍ଷ୍ୟରେ ଅଛି ଟିମ୍ ଇଣ୍ଡିଆ । ଏଥର ପୂରା ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜେୟ ରହିଛି । ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ମ୍ୟାଚ୍ ଜିତିସାରିଛି । ଲିଗ୍ ଏବଂ ସୁପର ଫୋରରେ ପାକିସ୍ତାନକୁ ବି ଧୂଳି ଚଟାଇଛି ଟିମ୍ ଇଣ୍ଡିଆ । ଟୁର୍ଣ୍ଣାମେଣ୍ଟ ଗୁଡ଼ିକରେ ମୁଖ୍ୟତଃ ଫାଇନାଲ ମୁକାବିଲା ପୂର୍ବରୁ  ଦୁଇଦେଶ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥା’ନ୍ତି । ଟ୍ରଫି ସହ ଅଧିନାୟକଙ୍କ ଫଟୋ ସୁଟ୍‌ ବି ହୋଇଥାଏ । ଦୁଇ ଦେଶର ସମ୍ପର୍କ ଯାହା ଫଟୋସୁଟ ହୋଇନାହିଁ । ତେବେ ଭାରତୀୟ ଟିମ୍ ଆଜିର ମ୍ୟାଚ୍ ପାଇଁ ଖାସ୍ ରଣନୀତି ତିଆରି କରିଛି । ଦୀର୍ଘ ୪୧ ବର୍ଷ ପରେ ଭାରତ-ପାକିସ୍ତାନ ଏସିଆ କପ୍ ଫାଇନାଲରେ ମୁହାଁମୁହିଁ ହେଉଛନ୍ତି । 

ଆଜି ଏସିଆ କପରେ ଟାଇଟଲ ଟକ୍କର
୪୧ ବର୍ଷ ପରେ ଫାଇନାଲରେ ମୁହାଁମୁହିଁ ଭାରତ ଓ ପାକିସ୍ତାନ
ନବମ ଥର ଚାମ୍ପିଅନ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଅଭିଷେକ ଶର୍ମା ଓ ସୂର୍ଯ୍ୟକୁମାରଙ୍କ ଉପରେ ନଜର
ଏସିଆ କପ୍‌ ଇତିହାସରେ ଭାରତ ସର୍ବାଧିକ ୮ଥର ଚାମ୍ପିଅନ୍ 
ପାକିସ୍ତାନ ମାତ୍ର ୨ଥର ଟ୍ରଫି ହାତେଇଛି
ଟୁର୍ଣ୍ଣାମେଣ୍ଟରେ ଭାରତ ସମସ୍ତ ୬ଟି ମ୍ୟାଚ ଜିତିସାରିଛି
ଚଳିତ ଏସିଆ କପ୍‌ରେ ପାକିସ୍ତାନକୁ ୨ଥର ହରାଇଛି ଭାରତ
ଅଭିଷେକ ଶର୍ମା ଓ କୁଲଦୀପ ଯାଦବଙ୍କ ଉପରେ ନଜର
ଫାଇନାଲରେ ଅଭିଷେକଙ୍କ ବ୍ୟାଟରୁ ଭଲ ରନ୍‌ ଆଶା ରଖିଛି ଭାରତ 
୩ଟି ଅର୍ଦ୍ଧଶତକ ସହ ୩୦୯ ରନ୍ କରିଛନ୍ତି ଅଭିଷେକ
ଆଜି ଫାଇନାଲରେ ଖେଳିପାରନ୍ତି ଯଶପ୍ରିତ ବୁମରା
ଦୁବାଇ ପିଚରେ ଦମ୍‌ ଦେଖାଇବାକୁ ଟିମ୍ ଇଣ୍ଡିଆର ଟାର୍ଗେଟ