ଏସିଆ କପ୍ ଫାଇନାଲ: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ପାକ୍

ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ତେଣୁ ବ୍ୟାଟିଂ କରିବାକୁ ଆସିବ ପାକିସ୍ତାନ । ତେବେ ଆଜିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି ।

s

Photograph: (social media)

କନକ ବ୍ୟୁରୋ: ଆଜି ଏସିଆ କପର ହାଇଭୋଲ୍ଟେଜ ମ୍ୟାଚ । ଆଜି ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ତେଣୁ ବ୍ୟାଟିଂ କରିବାକୁ ଆସିବ ପାକିସ୍ତାନ । ତେବେ ଆଜିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ତେଣୁ ଏହି ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିପାରେ । 

ତେବେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ଦେଖିବାକୁ ମିଳିଛି । ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ରିଙ୍କୁ ସିଂ ଆଜି ମୈଦାନକୁ ଓହ୍ଲାଇବେ । ତେବେ ଦେଖିବା ବାକି ରହିଲା ଆଜି କିଏ ଚାମ୍ପିୟନ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe