କନକ ବ୍ୟୁରୋ: ଆଜି ଏସିଆ କପର ହାଇଭୋଲ୍ଟେଜ ମ୍ୟାଚ । ଆଜି ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ତେଣୁ ବ୍ୟାଟିଂ କରିବାକୁ ଆସିବ ପାକିସ୍ତାନ । ତେବେ ଆଜିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ତେଣୁ ଏହି ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିପାରେ । 

Advertisment

ତେବେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ଦେଖିବାକୁ ମିଳିଛି । ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ରିଙ୍କୁ ସିଂ ଆଜି ମୈଦାନକୁ ଓହ୍ଲାଇବେ । ତେବେ ଦେଖିବା ବାକି ରହିଲା ଆଜି କିଏ ଚାମ୍ପିୟନ ହେଉଛି ।