ଆଜିଠୁ ରତ୍ନଭଣ୍ଡାର ବୈଷୟିକ ଯାଞ୍ଚ,୨୩ ତାରିଖ ପର୍ଯ୍ୟନ୍ତ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାଞ୍ଚ କରିବ ଏଏସ୍‌ଆଇ

Advertisment

ଆଜିଠୁ ରତ୍ନଭଣ୍ଡାରର ହେବ ବୈଷୟିକ ଯାଞ୍ଚ । ୨୩ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ବାହାର ଓ ଭିତର ଭଣ୍ଡାରର ବୈଷୟିକ ଯାଞ୍ଚ କରିବ ଏଏସ୍‌ଆଇ ଟିମ୍

ଆଜିଠୁ ରତ୍ନଭଣ୍ଡାରର ହେବ ବୈଷୟିକ ଯାଞ୍ଚ । ୨୩ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ବାହାର ଓ ଭିତର ଭଣ୍ଡାରର ବୈଷୟିକ ଯାଞ୍ଚ କରିବ ଏଏସ୍‌ଆଇ ଟିମ୍

bhandar

କନକବ୍ୟୁରୋ: ଆଜିଠୁ ରତ୍ନଭଣ୍ଡାରର ହେବ ବୈଷୟିକ ଯାଞ୍ଚ। ୨୩ ତାରିଖ ପର୍ଯ୍ୟନ୍ତ  ତିନି ଦିନ ଧରି ବାହାର ଓ ଭିତର ଭଣ୍ଡାରର ବୈଷୟିକ ଯାଞ୍ଚ କରିବ ଏଏସ୍‌ଆଇ ଟିମ୍ । ଅପରାହ୍ଣ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ  ହେବ ଯାଞ୍ଚ କାର୍ଯ୍ୟ  । ଯାଞ୍ଚ ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ। ସେପଟେମ୍ବର ୨୪ ତାରିଖ ସୁଦ୍ଧା ଶ୍ରୀମନ୍ଦିର ରତ୍ନଭଣ୍ଡାରର ବାକି ଥିବା ବୈଷୟିକ ସର୍ଭେ ଶେଷ କରିବାକୁ ଚିଠି ଲେଖିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । 

ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା (SOP)  ଅନୁସାରେ ଏହା କରାଯିବ । ତିନି ଦିନ ପାଇଁ ଶ୍ରୀଜୀଉଙ୍କ ନୀତିକାନ୍ତି ବା ସେବା ପୂଜାରେ ଯେପରି ବ୍ୟାଘାତ ନହେବ ସେଥିପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି 

ସୂଚନା ଅନୁସାରେ ଦିନ ୧ଟା ରୁ ନିରୀକ୍ଷଣ କାର୍ୟ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ଉକ୍ତ ସମୟରେ ପ୍ରସ୍ଥାନ କରିପାରିବେ ।

ଆଶା କରାଯାଉଛି ବୈଷୟିକ ଯାଞ୍ଚ ପରେ ଗୁପ୍ତ ସୁଡ଼ଙ୍ଗର ସନ୍ଧାନ ମିଳିପାରେ । ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ସର୍ଭେ ଆସିବା ପରେ ହେବ ମରାମତି ଓ ଗଣତି 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe