ତାଜମହଲ ଭିତର ଗମ୍ବୁଜରୁ ପାଣି ଗଳିବା ଘଟଣା: ଡ୍ରୋନ୍ ସହାୟତାରେ ନିରୀକ୍ଷଣ କଲା ଏଏସଆଇ

Advertisment

ପ୍ରେମର ପ୍ରତୀକ ବିଶ୍ବପ୍ରସିଦ୍ଧ ତାଜମହଲରେ ଦେଖାଦେଇଛି ଫାଟ ! । ତାଜମହଲ ଗମ୍ବୁଜରୁ ଗଳୁଛି ପାଣି। ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ଆଗ୍ରାର ତାଜମହଲର ମୁଖ୍ୟ ଗମ୍ବୁଜରୁ ବର୍ଷା ପାଣି ଗଳୁଥିବା ଦେଖିବାକୁ ମିଳିଛି।

ପ୍ରେମର ପ୍ରତୀକ ବିଶ୍ବପ୍ରସିଦ୍ଧ ତାଜମହଲରେ ଦେଖାଦେଇଛି ଫାଟ ! । ତାଜମହଲ ଗମ୍ବୁଜରୁ ଗଳୁଛି ପାଣି। ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ଆଗ୍ରାର ତାଜମହଲର ମୁଖ୍ୟ ଗମ୍ବୁଜରୁ ବର୍ଷା ପାଣି ଗଳୁଥିବା ଦେଖିବାକୁ ମିଳିଛି।

sc

କନକ ବ୍ୟୁରୋ: ପ୍ରେମର ପ୍ରତୀକ ବିଶ୍ବପ୍ରସିଦ୍ଧ ତାଜମହଲରେ ଦେଖାଦେଇଛି ଫାଟ ! । ତାଜମହଲ ଗମ୍ବୁଜରୁ ଗଳୁଛି ପାଣି। ବିଶ୍ୱର ସପ୍ତାଶ୍ଚର୍ୟ୍ୟ ମଧ୍ୟରୁ ଅନ୍ୟତମ ଆଗ୍ରାର ତାଜମହଲର ମୁଖ୍ୟ ଗମ୍ବୁଜରୁ ବର୍ଷା ପାଣି ଗଳୁଥିବା ଦେଖିବାକୁ ମିଳିଛି। ଆଗ୍ରାରେ ୩ ଦିନ ଧରି ଲଗାଣ ବର୍ଷା ପରେ ତାଜମହଲ ଚାରିପଟେ ଜଳାର୍ଣ୍ଣବ ସ୍ଥିତି ଉପୁଜିଛି । ତା’ ସହିତ ମୁଖ୍ୟ ଗମ୍ବୁଜରୁ ବର୍ଷା ପାଣି ଗଳୁଛି। ତାଜମହଲର ମୁଖ୍ୟ ଗମ୍ବୁଜରେ ହେୟାରଲାଇନ୍ କ୍ରାକ୍ ବା ସୂକ୍ଷ୍ମ ଫାଟ ଦେଖାଯାଇଥିବା ଆଶଙ୍କା କରାଯାଉଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ ଡ୍ରୋନ୍ ସାହାଯ୍ୟରେ ନିରୀକ୍ଷଣ କରାଯାଇଛି । ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏଏସଆଇ କହିଛି, ତାଜମହଲର ଲୁହା ବିମ୍ ନଷ୍ଟ ହେବାକୁ ଲାଗିଲାଣି । ବର୍ଷା ପାଣି ଲାଗିବାରୁ ଗମ୍ବୁଜର ଲୁହା ବିମ ଗୁଡିକରେ ଜଙ୍କ ଲାଗୁଛି । ଖୁବଶୀଘ୍ର ଏହାର ମରାମିତ କରାଯିବା ନେଇ ସୂଚନା ଦେଇଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା । 

ପ୍ରେମର ପ୍ରତୀକ ‘ତାଜମହଲ’ରେ ଫାଟ!
ବିଶ୍ବପ୍ରସିଦ୍ଧ ତାଜମହଲରେ ଦେଖାଦେଇଛି ଫାଟ
ତାଜମହଲର ଭିତର ଗମ୍ବୁଜରୁ ଗଳୁଛି ପାଣି
ପାଣି ଗଳିବା ନେଇ ଏଏସଆଇ କରିଛି ସ୍ପଷ୍ଟ
ମୁଖ୍ୟ ଗମ୍ବୁଜରେ ହେୟାରଲାଇନ୍ କ୍ରାକ୍ ହୋଇଛି
ଏଏସଆଇ ପକ୍ଷରୁ ଡ୍ରୋନ୍ ସାହାଯ୍ୟରେ ନିରୀକ୍ଷଣ କରାଯାଇଛି
ବର୍ଷା ପାଣି ଲାଗିବାରୁ ଗମ୍ବୁଜର ଲୁହା ବିମରେ ଜଙ୍କ ଲାଗିଛି
ଖୁବଶୀଘ୍ର ଏହାର ମରାମିତ କରାଯିବା ନେଇ ଏଏସଆଇର ସୂଚନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe