କନକ ବ୍ୟୁରୋ: ପୁଲିସ ଏଏସଆଇଙ୍କୁ ବିଚ୍‌ ରାସ୍ତାରେ ହତ୍ୟା । ମାରିବା ପରେ ମୃତଦେହ ପୋଡ଼ିଦେଲେ ଦୁର୍ବୃତ୍ତ। କଳାହାଣ୍ଡି ଜୁନାଗଡ଼ ୨୬ ନମ୍ବର ଜାତୀୟ ରାଜପଥରେ ପଡ଼ିଛି ଅର୍ଦ୍ଧଦଗ୍ଧ ମୃତଦେହ । ମୃତକ ହେଲେ କୋରାପୁଟର ପବିତ୍ର ଗୋଲାପି ।

Advertisment

କଳାହାଣ୍ଡି କେଗାଁ ଥାନାରେ ଥିଲେ ପବିତ୍ର । ପରେ ନିଲମ୍ବିତ ହୋଇ ଭବାନୀପାଟଣା ରିଜର୍ଭପୁଲିସ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ । ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।  ଅତିରିକ୍ତ ଏସ୍‌ପି ଓ ତାଙ୍କ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।