କନକବ୍ୟୁରୋ : ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ହରାଇଲା ଭାରତ। ୨୮୦ ରନରେ ଜିତିଲା ଟିମ ଇଣ୍ଡିଆ । ଦ୍ବିତୀୟ ଇନିସରେ ରବିଚନ୍ଦ୍ରନ ଅଶ୍ବୀନିଙ୍କ ୬ ୱିକେଟ ଯୋଗୁ ଭାରତ ଦିନକ ପୂର୍ବରୁ ମ୍ୟାଚ ଜିତିନେଇଛି। 

Advertisment

ଆଜି ଜିତିବା ପାଇଁ ଭାରତକୁ ୬ ୱିକେଟର ଆବଶ୍ୟକ ଥିଲା। ବାଂଲାଦେଶକୁ ବିଜୟ ପାଇଁ ୩୫୭ ରନ ଦରକାର ଥିଲା। ଅଶ୍ବୀନିଙ୍କ ୬ ୱିକେଟ ଯୋଗୁ ଭାରତ ବହୁତ ପୂର୍ବରୁ ମ୍ୟାଚ ଜିତିନେଇଛି। ଦ୍ବିତୀୟ ଇନିସରେ ଶୁଭମନ ଗିଲ  ଓ ରିଷବ ପନ୍ତଙ୍କ ଦମଦାର ଶଥପରେ ଭାରତ ୨୮୭ ରନରେ ପାଳି ଘୋଷଣା କରିଥିଲା। 

ପରେ ବାଲାଦେଶ ୪ ୱିକେଟରେ ୧୫୮ ରନ ସଂଗ୍ରହ କରିଛି। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବୀନୀ ଗତକାଲି ୩ ୱିକେଟ ନେଇଥିବା ବେଳେ ଆଜି ମଧ୍ୟ ତିନିଟି ୱିକେଟ ନେଇଛନ୍ତି। ପ୍ରଥମ ଇନିସରେ ଅଶ୍ବିନୀ ଶତକ ମଧ୍ୟ ମାରିଥିଲେ। ଦୁଇ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଏବେ ୧-୦ରେ ଆଗୁଆ ରହିଛି ଭାରତ। ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପଦର୍ଶନ ଯୋଗୁ ରବିଚନ୍ଦ୍ରନ ଅଶ୍ବୀନିଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇଛି।