ପ୍ରାକୃତିକ ସୈାନ୍ଦର୍ଯ୍ୟରେ ଭରପୁର ସୁକିନ୍ଦାର ଅଶୋକ ଝର : ରକ୍ଷାଣବେକ୍ଷଣ ଅଭାବରୁ ଅସନ୍ତୋଷ ମନରେ ଫେରୁଛନ୍ତି ପର୍ଯ୍ୟଟକ

Advertisment

ସୁକିନ୍ଦା ଠାରୁ ୧୦ କିଲୋମିଟର ଉତ୍ତରକୁ ଗଲେ ପଡ଼େ ଅଶୋକଝର। ମହାଗିରି ପାଦଦେଶରେ ଅବସ୍ଥିତ ଏହି ପର୍ଯ୍ୟଟନ ସ୍ଥଳୀ। ବାଳି ଓ ସୁଗ୍ରୀବ ନାମକ ଦୁଇ ପାହାଡ଼ ଉପରୁ ଝରି ଆସୁଛି ଝରଣା

ସୁକିନ୍ଦା ଠାରୁ ୧୦ କିଲୋମିଟର ଉତ୍ତରକୁ ଗଲେ ପଡ଼େ ଅଶୋକଝର। ମହାଗିରି ପାଦଦେଶରେ ଅବସ୍ଥିତ ଏହି ପର୍ଯ୍ୟଟନ ସ୍ଥଳୀ। ବାଳି ଓ ସୁଗ୍ରୀବ ନାମକ ଦୁଇ ପାହାଡ଼ ଉପରୁ ଝରି ଆସୁଛି ଝରଣା

ASHOKJHAR

ASHOKJHAR Photograph: (KanakNews)

କନକବ୍ୟୁରୋ : ସୁକିନ୍ଦା ଠାରୁ ୧୦ କିଲୋମିଟର ଉତ୍ତରକୁ ଗଲେ ପଡ଼େ ଅଶୋକଝର। ମହାଗିରି ପାଦଦେଶରେ ଅବସ୍ଥିତ ଏହି ପର୍ଯ୍ୟଟନ ସ୍ଥଳୀ। ବାଳି ଓ ସୁଗ୍ରୀବ ନାମକ ଦୁଇ ପାହାଡ଼ ଉପରୁ ଝରି ଆସୁଛି ଝରଣା। ଅଶୋକ ବୃକ୍ଷ ମୂଳରୁ ଏହି ଝରଣାର ଉତ୍ପତ୍ତି ହୋଇଥିବାରୁ ଏହାର ନାମ ଅଶୋକ ଝର।  ଝର ନିକଟରେ ଏକ ପାର୍କ ରହିଛି ।

 ଆଉ ପାହାଡ଼ ଉପରେ ରହିଛି ମାଆ ଅଶୋକେଶ୍ବରୀଙ୍କ ମନ୍ଦିର। କାହଁ କେଉଁ କାଳରୁ ଏଠାରେ ପୂଜା ପାଉଛନ୍ତି ମାଆ। ଏଠାକାର ପ୍ରାକୃତିକ ଶୋଭାରାଜି ପର୍ଯ୍ୟଟକଙ୍କୁ ଟାଣି ଆଣେ। ପରିବାର ଓ ସାଙ୍ଗସାଥୀଙ୍କ ସହ ବଣଭୋଜି, ନାଚଗୀତ କରି କର୍ମମୟ ଜୀବନର ବ୍ୟସ୍ତତାକୁ କ୍ଷଣିକ ପାଇଁ ଭୁଲିଯାଆନ୍ତି ପର୍ଯ୍ୟଟକ।
ଅଶୋକଝରକୁ ପର୍ଯ୍ୟଯନସ୍ଥଳୀର ମାନ୍ୟତା ମିଳିଛି ।

କିନ୍ତୁ ଆଜି ଯାଏଁ ଭିତ୍ତିଭୂମିର ବିକାଶ ପାଇଁ ସରକାରୀ ସ୍ତରରେ ସେଭଳି କିଛି ଠୋସ ପଦକ୍ଷେପ ନିଆଯାଉନାହିଁ। ଭଲ ରାସ୍ତାଟିଏ ନାହିଁ। ପାନୀୟଜଳ ଓ ବିଦ୍ୟୁତ ଭଳି ଅନେକ ସମସ୍ୟା ରହିଛି। ବିଗତ କିଛି ବର୍ଷ ମଧ୍ୟରେ ସୌନ୍ଦର୍ଯ୍ୟକରଣ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନେକ ଯୋଜନା କରାଯାଇଛି, କିନ୍ତୁ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe