କନକ ବ୍ୟୁରୋ: ପୁରୀ ଡେଲାଙ୍କ ନାବାଳକ ଆଶୀର୍ବାଦ ସାହୁ ହତ୍ୟାକାଣ୍ଡ ଘଟଣାର ଚାଞ୍ଚଲ୍ୟକର ତଥ୍ୟ । ପୂର୍ବ ଶତ୍ରୁତାକୁ ନେଇ ଆଶୀର୍ବାଦଙ୍କୁ ହତ୍ୟା କରିଛି ଜହ୍ଲାଦ । ଦୀର୍ଘଦିନ ଧରି ମୃତ ଆଶୀର୍ବାଦର ବାପା ଉପରେ ଥିବା ରାଗର ପ୍ରତିଶୋଧ ନେବାପାଇଁ ପୁଅକୁ ହତ୍ୟା କରିଛି କରିଥିଲା ଅଭିଯୁକ୍ତ । ପ୍ରଥମେ ଅପହରଣ ଓ ପରେ ଆଶୀର୍ବାଦକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛି ଅଭିଯୁକ୍ତ ପ୍ରଭାକର ସାହୁ ଓରଫ ବାପି । ୧୫ ତାରିଖ ଦିନ ଅପହରଣ କରିବା ପରେ ସେଦିନ ସନ୍ଧ୍ୟାରେ ଆଶୀର୍ବାଦକୁ ହତ୍ୟା କରିଥିଲା ପିଶାଚ । ଆଉ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ପାଇଖିନା ଟାଙ୍କିରେ ଫିଙ୍ଗି ଦେଇଥିଲା ।

Advertisment

ପୋଲିସ ଜେରାବେଳେ ଅଭିଯୁକ୍ତ ବାପି ସାହୁ ସବୁ ସତ ଓଗାଳିଥିବା ଜଣାପଡିଛି । ପୂର୍ବ ଶତ୍ରୁତାକୁ ନେଇ ନିରୀହ ୧୧ ବର୍ଷର ବାଳକକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ସଇତାନ ଦାଦା । ଗତକାଲି ବିଳମ୍ବିତ ରାତିରେ ଆଶୀର୍ବାଦର ମୃତଦେହ ପାଇଖାନା ଟାଙ୍କିରୁ ଉଦ୍ଧାର କରିଥିଲା ଡେଲାଙ୍ଗ ପୋଲିସ । ଏହାପରଠାରୁ ଗାଁରେ ଉତ୍ତେଜନା ଲାଗି ରହିଛି । ଉତ୍ତ୍ୟକ୍ତ ଗ୍ରାମବାସୀ ଅଭିଯୁକ୍ତର ଫାଶୀଦଣ୍ଡ ଦାବି କରିବା ସହ ରାଗରେ ଅଭିଯୁକ୍ତର ଘର ଭାଙ୍ଗିଛନ୍ତି ।