କନକ ବ୍ୟୁରୋ : ବାତ୍ୟା ସମୟରେ ଅସହାୟ ଓ ବିପନ୍ନଙ୍କ ପାଇଁ ସାହାରା ସାଜିଥିଲେ ଆଶାକର୍ମୀ । ଏବେ ଶିବାନୀଙ୍କୁ ସାହା ହେଲେ ସରକାର । ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ପରେ ଆଜି କେନ୍ଦ୍ରାପଡ଼ା ରାଜନଗରର ଆଶାକର୍ମୀ ଶିବାନୀ ମଣ୍ଡଳଙ୍କ ଘରେ ପହଞ୍ଚିଛି ପ୍ରଶାସନ । ବିଡିଓ ନିଜେ ଯାଇ ଶିବାନୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୱାର୍କ ଅର୍ଡର ପ୍ରଦାନ କରିଛନ୍ତି ।

Advertisment

ବାତ୍ୟା ‘ଦାନା’ ଆସିବା ପୂର୍ବରୁ ବୃଦ୍ଧ, ବୃଦ୍ଧା ଓ ଗର୍ଭବତୀ ମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ରିଲିଫ କ୍ୟାମ୍ପରେ ପହଞ୍ଚାଇବାରେ ଶିବାନୀଙ୍କର ଥିଲା ବଡ଼ ଭୂମିକା । ତଳିଆ ଅଞ୍ଚଳରେ ରହୁଥିବା ବୃଦ୍ଧା ଓ ଗର୍ଭବତୀଙ୍କୁ ନିଜ କାନ୍ଧରେ ବୋହି ଆଶ୍ରୟସ୍ଥଳୀରେ ପହଞ୍ଚାଇଥିଲେ ଶିବାନୀ । ଅସହାୟଙ୍କ ପାଇଁ ପାଲଟିଥିଲେ ଦେବଦୂତ । ତାଙ୍କର ଏଭଳି କାର୍ଯ୍ୟ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ତୁରନ୍ତ ଆବାସ ଘର ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଯାହାପରେ ଆଜି ବିଡିଓ ନିଜେ ଶିବାନୀଙ୍କ ଘରେ ପହଞ୍ଚି ତାଙ୍କୁ ଆବାସ ଯୋଜନାର ୱାର୍କଅର୍ଡର ଯୋଗାଇ ଦେଇଛନ୍ତି ।