କନକ ବ୍ୟୁରୋ : ଅଧିକ ଖରାରେ ବାହାରେ ବୁଲନ୍ତୁ ନାହିଁ । ଜରୁରୀ କାର୍ଯ୍ୟରେ ବାହାରକୁ ଗଲେ କ'ଣ କ'ଣ ସାଙ୍ଗରେ ନେବା ନିହାତି ଜରୁରୀ । ପ୍ରବଳ ଖରା ଗରମକୁ ଖାତିର ନକରି ସଚେତନ କରାଉଛନ୍ତି ଆଶା ଦିଦି । ଗୋଟିଏ ହାତରେ ଡାକ ବାଜି ଯନ୍ତ୍ର, ଅନ୍ୟହାତରେ ଛତା ଧରି ସାହି ସାହି ବୁଲି ସଚେତନ କରାଉଛନ୍ତି ପୁରୀ ସତ୍ୟବାଦୀ ବ୍ଲକ ବାଗଲପୁରର ଆଶା ଦିଦି ଜ୍ୟୋତ୍ସ୍ନାମଣି ଦେଇ ।
ଅନେକ ସରକାରୀ କର୍ମଚାରୀ ଶୀତତାପ ନିୟନ୍ତ୍ରିତ କୋଠରୀରେ ବସି ନିଜନିଜ ଦାୟିତ୍ୱ ତୁଲାଉଛନ୍ତି । ଅନେକ ତ କେବଳ କାଗଜ କଲମରେ କାମ କରି ଦେଇ ବସିଯାଉଛନ୍ତି । ସେଥିପାଇଁ ଅନେକ ସମୟରେ ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । କିନ୍ତୁ ଏହିଭଳି ଆଶାକର୍ମୀ ଓ ଓ ଅଙ୍ଗନବାଡ଼ିଙ୍କ ଭଳି କିଛି ସେବିକାଙ୍କ ପାଇଁ ଲୋକମାନେ ସଚେତନ ହୋଇପାରୁଛନ୍ତି । ବାତ୍ୟା, ବନ୍ୟା, ଖରା ଦିନେ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିପାରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/04/10/k9joeApF7PTBWQNq3jtA.jpg)