କନକ ବ୍ୟୁରୋ : କଟକ ଲିଙ୍କ ରୋଡ଼ ସ୍ଥିତ ASG ଚକ୍ଷୁ ଚିକିତ୍ସାଳୟ ଠାରେ ଏହାର ୨୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଏହି ଦିବସର ଥିମ ଥିଲା "healthy vision for police heroes" । ଏହି ପରିପ୍ରେକ୍ଷୀରେ କଟକ ASG ଚକ୍ଷୁ ଚିକିତ୍ସାଳୟର ମେଡିକାଲ ଡିରେକ୍ଟର ଡକ୍ଟର ଅକ୍ଷୟ କୁମାର ପଣ୍ଡା, ଡକ୍ଟର ରାଜା ଅଗ୍ରୱାଲ, ଡକ୍ଟର ସୋନାଲି ଷଡ଼ଙ୍ଗୀ, ଡକ୍ଟର ଖୁସି ଅଗ୍ରୱାଲ ଅନୁଷ୍ଠାନର ମ୍ୟାନେଜର ତରୁଣ କୁମାର ପତି, ଅମିତ କୁମାର ପଣ୍ଡା, ଚିତ୍ତରଞ୍ଜନ ପଣ୍ଡା ଏବଂ ମେଡିକାଲର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କେକ କାଟି କାର୍ଯ୍ୟକ୍ରମ କୁ ପାଳନ କରିଥିଲେ ।

Advertisment

କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମାଜରେ କାର୍ଯ୍ୟରତ ପୋଲିସମାନଙ୍କୁ ନିଶଲୁକ ଚକ୍ଷୁ ସେବା ଯୋଗାଇବା । ତେବେ ଆଗାମୀ ଦିନରେ ସାଧାରଣ ଲୋକଙ୍କୁ ଉନ୍ନତ ଚକ୍ଷୁ ଚିକିତ୍ସା ଯୋଗାଇବା ଆମର ଲକ୍ଷ୍ୟ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।