କନକ ବ୍ୟୁରୋ: ପ୍ରାଥମିକ ଶିକ୍ଷା ନେଇ ସ୍ବେଚ୍ଛାସେବୀ ସଂସ୍ଥା ଅସର ଦେଇଛି ଚିନ୍ତାଜନକ ରିପୋର୍ଟ । ପାଠରେ ଛାତ୍ରଛାତ୍ରୀ ଦୁର୍ବଳ କିନ୍ତୁ  ସ୍ମାର୍ଟଫୋନ ବ୍ୟବହାର ଓ ସୋସିଆଲ ମିଡିଆ ବ୍ୟବହାରରେ ଆଗୁଆ ଅଛନ୍ତି । ସେହିପରି ଡ୍ରପଆଉଟ କମିଥିଲେ ବି କମୁଛି ପାଠର ମାନ। ଅଧିକାଂଶ ତୃତୀୟ ଶ୍ରେଣୀ ପିଲା ଫେଡାଣ କରିପାରୁନାହାନ୍ତି । ଏପରିକି ପଞ୍ଚମ ଶ୍ରେଣୀ ପିଲା ଦ୍ବିତୀୟ ଶ୍ରେଣୀ ପାଠ ପଢିବାକୁ ଅସମର୍ଥ ।

Advertisment
  • 'ଅସର' ଧରାଇଦେଲା ପାଠର ଅସଲ ଚିତ୍ର
  • କମିବାରେ ଲାଗିଛି ପ୍ରାଥମିକ ଶିକ୍ଷାର ମାନ

୩୦ଟି ଜିଲ୍ଲାର ୯ ଶହ ଗ୍ରାମରେ, ପ୍ରାୟ ୧୮ଶହ ପିଲାଙ୍କୁ ନେଇ, ସ୍ବେଚ୍ଛାସେବୀ ସଂସ୍ଥା ଅସର କରିଥିବା ସର୍ଭେ ରିପୋର୍ଟ ଚିନ୍ତାଜନକ। 

  • ଅସର ୨୦୨୪ ରିପୋର୍ଟ ପାଠରେ ପଛୁଆ ହେଉଛନ୍ତି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ
  • ୬୦% ତୃତୀୟ ଶ୍ରେଣୀ ପିଲା ଦ୍ୱିତୀୟ ଶ୍ରେଣୀ ପାଠ ପଢିବାକୁ ଅସମର୍ଥ
  • ସେହିପରି ତୃତୀୟ ଶ୍ରେଣୀର ୬୨.୩% ପିଲା ଜାଣି ନାହାନ୍ତି ଫେଡ଼ାଣ
  • ପଞ୍ଚମ ଶ୍ରେଣୀର ୪୨.୮% ପିଲାଙ୍କୁ ଆସୁନି ଦ୍ୱିତୀୟ ଶ୍ରେଣୀ ପାଠ

ଆଶ୍ୱସ୍ତିର କଥା ହେଉଛି ସ୍କୁଲ ଡ୍ରପଆଉଟ୍‌ କମାଇବାରେ ସରକାର ସମର୍ଥ ହୋଇଛନ୍ତି। ପ୍ରି-ସ୍କୁଲ ବା ଅଙ୍ଗନବାଡ଼ିରେ ପିଲାଙ୍କ ଉପସ୍ଥାନ ମଧ୍ୟ ବଢ଼ିଛି। ଜାତୀୟ ହାର ତୁଳନାରେ ଏହା ଅଧିକ ରହିଛି। ଅଙ୍ଗନବାଡ଼ିରେ ଗତ ୪ ବର୍ଷରେ ୬ବର୍ଷରୁ କମୟ ବୟସର ପିଲାଙ୍କ ନାମାଙ୍କନ ୯୦ ପ୍ରତିଶତ ରହିଛି। କିନ୍ତୁ ରିପୋର୍ଟ ଅନୁସାରେ ଏବେ ବି ପ୍ରାଥମିକ ସ୍କୁଲରୁ ଦୂରେଇ ରହୁଛନ୍ତି ୭.୨% ପୁଅ ଓ ୫.୯% ଝିଅ। 

  • ପାଠ୍ୟକ୍ରମରେ ପଛୁଆ ପିଲା
  • ଡିଜିଟାଲ ସାକ୍ଷରତାରେ ଆଗୁଆ

ଆହୁରି ଚକିତ କଲାଭଳି ରିପୋର୍ଟ ହେଉଛି ଡିଜିଟାଲ ସାକ୍ଷରତାରେ ଓଡ଼ିଶାର ପିଲା ଆଗୁଆ ରହିଛନ୍ତି। 

ଅସର ୨୦୨୪ ରିପୋର୍ଟ

  • ୧୪ରୁ ୧୬ ବର୍ଷର ପିଲାଙ୍କୁ ଜଣା ସ୍ମାର୍ଟଫୋନ ବ୍ୟବହାର
  • ସ୍ମାର୍ଟଫୋନ ବ୍ୟବହାର କରିଜାଣନ୍ତି ୮୦.୯% ପିଲା
  • ୭୭.୬% ପିଲା ବ୍ୟବହାର କରୁଛନ୍ତି ସୋସିଆଲ ମିଡ଼ିଆ
  • ୭୧.୪% ପିଲାଙ୍କୁ ଜଣା ଇଣ୍ଟରନେଟ୍‌ରେ ସୂଚନା ବ୍ରାଉଜିଂ