କନକ ବ୍ୟୁରୋ :  ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ  ମିଳିଲା ଜାମିନ ।  ଦେହ ଅସୁସ୍ଥତା ଯୋଗୁଁ  ୩୧  ମାର୍ଚ୍ଚ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ  ଜାମିନ ପ୍ରଦାନ କରିଛନ୍ତି । ସର୍ତ୍ତମୂଳକ  ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଏହି ସମୟରେ ସେ ତାଙ୍କ ଅନୁଗାମୀଙ୍କ ସହ ସାକ୍ଷାତ କରିପାରିବେ ନାହିଁ  ଏବଂ ସାକ୍ଷ୍ୟ ମାନଙ୍କୁ କୌଣସି ପ୍ରକାରର ଟାମ୍ପରିଂ କରିବାକୁ ଚେଷ୍ଟା  କରିପାରିବେ ନାହିଁ ।

Advertisment

 ୮୬ ବର୍ଷୀୟ ଆଶାରାମ ହୃଦ ରୋଗ ସହ ବୟସାର୍ଦ୍ଧିକ ରୋଗରେ ପୀଡିତ । ତାଙ୍କୁ ପୂର୍ବରୁ ହୃଦଘାତ ହୋଇସାରିଛି । ତେବେ ମେଡିକାଲ ଗ୍ରାଉଣ୍ଡରେ ଜାମିନ ପ୍ରଦାନ ସମୟରେ ପୁଲିସ ତାଙ୍କ ସହ ରହିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାମୁତାବକ ୨୦୧୩ରେ ଆଶାରାମ ବାପୁଙ୍କ ଉପରେ ବଳାତ୍କାର ଅଭିଯୋଗ ଲାଗିଥିଲା।

 ୨୦୧୩ର ହୋଇଥିବା ନାବାଳିକା ବଳାତ୍କାର ମାମଲାରେ ବିଚାର କରି ଯୋଧପୁର ସେଂଟ୍ରାଲ ଜେଲ ପରିସରରେ ବସିଥିବା ସ୍ୱତନ୍ତ୍ର କୋର୍ଟ ଏହି ରାୟ ଶୁଣାଇଥିଲେ । ଆଶାରାମଙ୍କୁ ପୋକ୍ସୋ ଆକ୍ଟ ଓ ଏସସିଏସଟି ଆଟ୍ରୋସିଟିଜ୍ ଆକ୍ଟ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଆଶାରାମଙ୍କ ସହଯୋଗୀ ଶରତଚନ୍ଦ୍ର ଓ ଶିଳ୍ପୀଙ୍କୁ ଦୋଷୀ ସାବ୍ୟସ୍ତ  ମଧ୍ୟ କରିଥିଲେ କୋର୍ଟ ।

ତେବେ ଏହି ମାମଲାରେ ଅନ୍ୟ ୨ଅଭିଯୁକ୍ତ ରୋଷେୟା ପ୍ରକାଶ ଓ ଆଶ୍ରମ କର୍ମଚାରୀ ଶିବାକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ ।  ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ ବାବା ତାଙ୍କୁ ୨୦୧୩ ଅଗଷ୍ଟ ୧୫ ତାରିଖରେ ଯୋଧପୁର ଅଂଚଳର ମନାଇ ଆଶ୍ରମକୁ ଡାକି ବଳାତ୍କାର କରିଥିଲେ ।