କନକ ବ୍ୟୁରୋ : ସିନ୍ଧୁଜଳ ଚୁକ୍ତି ଭାରତ ରଦ୍ଦ କଲା ପରେ ପାଣି ପାଇଁ ଡହଳବିକଳ ପାକିସ୍ତାନ । ଏହା ଭିତରେ ପୁଣି ଭାରତକୁ ଧମକ ଦେବା କମ୍ କରୁନି ଶତ୍ରୁ ଦେଶ । ଚୀନ୍ର ଶରଣରେ ପଶି ଭାରତକୁ ପୁଣି ଖୋଲା ଧମକ ଦେଇଛି ଆତଙ୍କୀସ୍ତାନ । ଯଦି ସିନ୍ଧୁ ଜଳ ଚୁକ୍ତି ରଦ୍ଦକୁ ନେଇ ଭାରତ ପୁଣି ବିଚାର ନକରେ ତେବେ ଚୀନ୍କୁ ଅନୁରୋଧ କରି ବ୍ରହ୍ମପୁତ୍ର ନଦୀ ପାଣି ରୋକି ଦେବୁ ବୋଲି ଧମକ ଦେଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ । ଏହାର କଡ଼ା ଜବାବ ଦେଇଛନ୍ତି ଆସାମ...
ପାକିସ୍ତାନର ଫମ୍ପା ଧମକ, ଭାରତର କଟାକ୍ଷ
-ବ୍ରହ୍ମପୁତ୍ର ନଦୀର ୩୦ରୁ ୩୫% ପାଣି କେବଳ ତିବ୍ଦତ ଦେଇ ଭାରତକୁ ଆସେ
-ତାହା ପୁଣି ଗ୍ଲେସିୟର ତରଳିଲେ ସମ୍ଭବ
-୬୫ରୁ ୭୦% ମୌସୁମୀ ବର୍ଷା ଓ ଶାଖା ନଦୀରୁ ମିଳେ
-ପୂର୍ବୋତ୍ତର ରାଜ୍ୟର ନଦୀଗୁଡ଼ିକ ବ୍ରହ୍ମପୁତ୍ରକୁ ବଳବାନ କରୁଛି
-ଯଦି ବ୍ରହ୍ମପୁତ୍ର ନଦୀର ପାଣି ରୋକାଯିବ ତେବେ ଏହାର ବଡ଼ ପ୍ରଭାବ ଭାରତରେ ପଡ଼ିବନି
-ନଦୀ ପାଣି ରୋକାଗଲେ ଭାରତକୁ ଆଶ୍ବସ୍ତି ମିଳିବ
-ଆସାମ ବନ୍ୟା ସମସ୍ୟା କମ୍ ହେବ