କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ଆନୁଷ୍ଠାନିକ ଭାବରେ ଘୋଷଣା ହୋଇନାହିଁ, କିନ୍ତୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଚେକମେଟର ଖେଳ ଆରମ୍ଭ ହୋଇଛି । ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ ଏବଂ ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ଇଣ୍ଡିମେଣ୍ଟ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ଭିତରେ କିଛି ଦଳଙ୍କ ଏକାକୀ ଲଢ଼ିବା ଘୋଷଣା ଆଶ୍ଚର୍ଯ୍ୟଜନକ ଫଳାଫଳ ଦେଇପାରେ ।
ଏଥରକ ବିହାର ବିଧାନସଭା ନିର୍ବାଚନ ଲଢ଼େଇ କେବଳ ବିଜେପି ନେତୃତ୍ବାଧୀନ ଏନଡିଏ ବା ଆରଜେଡି ନେତୃତ୍ବାଧୀନ ମହାଗଠବନ୍ଧନ ମଧ୍ୟରେ ହେବନି । ଗେମ ଚେଞ୍ଜର ସାବ୍ୟସ୍ତ ହୋଇପାରରେ ଅସଉଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମ୍ । ଗତ ବିହାର ବିଧାନସଭା ନିର୍ବାଚନରେ ଅସଉଦ୍ଦିନ ଓୱେସୀ ମୁସଲିମ୍ ଭୋଟ୍ ସାହାଯ୍ୟରେ ପାଞ୍ଚଟି ଆସନ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଓୱେସିଙ୍କ ଦଳ ୧୮ଟି ଆସନରେ ପ୍ରାର୍ଥୀ ଦେଇଥିଲା । ଯେଉଁଥିରୁ ୧୪ଟି କେବଳ ସୀମାଞ୍ଚଳ ଅଞ୍ଚଳରେ ଥିଲା। ଏଆଇଏମଆଇଏମ୍ ନିଜେ ୫ଟି ଆସନ ଜିତିଥିଲା । ୧୩ଟି ଆସନରେ ଆରଜେଡିକୁ ବଡ଼ ଝଟକା ଦେଇଥିଲା । ଓୱେସିଙ୍କ ଦଳ ବାହାଦୁରଗଞ୍ଜ, ଅମୌର, କୋଚାଧାମନ, ବୈସି ଏବଂ ଜୋକିହାଟ ଆସନରେ ଚମତ୍କାର ବିଜୟ ହାସଲ କରିଥିଲା।
ଏପରି ପରିସ୍ଥିତିରେ, ଏଥର ମଧ୍ୟ ଓୱେସିଙ୍କ ଦଳକୁ ଏକ ବଡ଼ ବିପଦ ବୋଲି ବିବେଚନା କରାଯାଉଛି । ଏଥରକ ମଧ୍ୟ ଦଳର ଧ୍ୟାନ ମୁସଲିମ ବହୁଳ ଅଞ୍ଚଳ ଉପରେ । ଯେଉଁଥିରେ କିଶନଗଞ୍ଜ, ଆରାରିଆ, ପୂର୍ଣ୍ଣିଆ, କଟିହାର ସୀମାଞ୍ଚଳ ଅନ୍ତର୍ଗତ ଜିଲ୍ଲା ରହିଛି । ଏହା ବ୍ୟତୀତ, ମଗଧ ଓ ମିଥିଲାଞ୍ଚଲ ଉପରେ ମଧ୍ୟ ଦଳର ବିଶେଷ ନଜର ରହିଛି। ଓୱେସି ବିହାରରେ ୫୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଜନା କରିଛନ୍ତି । ବିହାରରେ ୧୭.୭୦ ମୁସଲିମ୍ ଭୋଟର । ଯାହାର ସିଧାପ୍ରଭାବ ଉଭୟ ଏନଡିଏ, ମହାଗଠବନ୍ଧନରେ ପଡିବା ନିଶ୍ଚିତ ମୁସଲିମ ଭୋଟ ବ୍ୟାଙ୍କ ତେଣୁ ବିହାର ବିଧାନସଭା ନିର୍ବାଚନରେ ନିର୍ଣ୍ଣାୟକ ମୋଡ ନେଇପାରେ ।