କନକ ବ୍ୟୁରୋ : ଚଞ୍ଚଲନାଥ ଅଘୋରୀ ଏହି ମାତାଙ୍କ ନାଁକୁ ଶୁଣିବା ମାତ୍ରେ ମନରେ ରହସ୍ୟର ଶକ୍ତି ଏବଂ ଚମତ୍କାରର ପ୍ରତିଛବି ଜାଗ୍ରତ ହୋଇଥାଏ ।  ଏହି ଅଘୋରୀ ମା’ଙ୍କର ଏକ ରହସ୍ୟମୟୀ ଗୁଣ ରହିଛି ଯାହା ଶୁଣିଲେ ଆପଣ ତାଜୁବ ହୋଇଯିବେ । ବିନା ଦିଆସିଲିରେ ହୋମ, ଯଜ୍ଞରେ  ନିଆଁ ଲଗାଇଦିଅନ୍ତି ଚଞ୍ଚଲନାଥ । ଲୋକମାନେ ଏହି ମା’ଙ୍କ ସେବା କରିବା ସହିତ ସାଧନା ମଧ୍ୟ କରନ୍ତି । ମାତ୍ର  ୭ ବର୍ଷ ବୟସରେ  ମା ଘର ଛାଡି ଚାଲି ଆସି ମା କାଳୀଙ୍କର ମନ୍ଦିରରେ ସ୍ଥାୟୀ ଭାବେ ରହିଥିଲେ ।  ମା କାଳୀଙ୍କ ସେବା ଏବଂ ଆରାଧନା କରିବାରେ ଲିପ୍ତ ଥାଆନ୍ତି ମାତା ଚଞ୍ଚଲ ନାଥ ।  ସାରା ଜୀବନ ମା କାଳୀଙ୍କ ପୂଜାରେ ନିଜକୁ ସମର୍ପିତ କରିଦେଇଛନ୍ତି ଏହି କିନ୍ନର ମାତା ।  ଏହା ମଧ୍ୟ କୁହାଯାଉଛି ଯେ ଏହି ଅଘୋରୀ ମା ଙ୍କର ଆଶୀର୍ବାଦ ଲୋକଙ୍କ ଭାଗ୍ୟକୁ ବଦଳାଇଦିଏ ।  ତାଙ୍କ ଚେହେରାରେ ମା କାଳୀଙ୍କ ଦିବ୍ୟ ଶକ୍ତିର ଆଭାର ଝଲସୁଛି । ମାତା ଚଞ୍ଚଲନାଥଙ୍କ ଉପାସନା ଏତେ କଠୋର ଏବଂ ରହସ୍ୟମୟ ଯେ ଲୋକମାନେ ତାଙ୍କ ସାଧନାକୁ ଜୀବନ୍ତ ଭାବିଥାନ୍ତି ।  

Advertisment

 
 ମାତା ଚଞ୍ଚଲ ଦେଖିବାକୁ ଖୁବ୍‌ ସୁନ୍ଦର । ଏଥିସହିତ ୭ ଫୁଟ ଲମ୍ବା ଜଟା  ଆଉ କାନରେ  ସୁନାର ବଡ ବଡ ରିଙ୍ଗ।  ଯାହା  ମାତାଙ୍କ ସୌନ୍ଦର୍ଯ୍ୟକୁ ଆହୁରି ଦୁଇଗୁଣିତ କରୁଛି।  ଅଦ୍ଭୁତ ଶକ୍ତିର ଅଧିକାରୀଣି ମାତାଙ୍କୁ ଦେଖିବାକୁ ଲୋକଙ୍କ  ଭିଡ ଲାଗିଥାଏ । ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ବସିଥାଆନ୍ତି ମାତା ଚଞ୍ଚଲନାଥ ।  ଯେଉଁଆଡେ ବି ଗଲେ ସିଏ ଆଉ  ତାଙ୍କ ଜଟା ମୁଖ୍ୟ ଆକର୍ଷଣ  ସାଜିଥାଏ। ଲୋକେ ତାଙ୍କୁ  ଘଡିଏ ଅନାଇ ରହିଥାଆନ୍ତି । କିଛି ଲୋକ ତାଙ୍କୁ ଦେଖୁ ଦେଖୁ କହି ଥାଆନ୍ତି ଏତେ ସୁନ୍ଦର ଥାଇ ସନ୍ୟାସି  ହେଲେ କାହିଁକି ? ହେଲେ ସବୁଠୁ ବଡ କଥା ତାଙ୍କର ଏତେ ସୁନ୍ଦର ଚେହେରା ଲୋକଙ୍କୁ ଭ୍ରମରେ ପକାଇଥାଏ ଯେ ସତରେ  ଇଏ କଣ କିନ୍ନର ? କାରଣ ମାତା ଚଞ୍ଚଲ ଦେଖିବାକୁ ପୁରା ଝିଅଙ୍କ ପରି।  ନିଜେ ଫିଟ୍‌ ରହିବା ପାଇଁ ଜିମ ମଧ୍ୟ ଯାଇଥାଆନ୍ତି ମାତା । ତାଙ୍କର ଚାଲିଚଳନ ବ୍ୟବହାର ସବୁ ଝିଅଙ୍କ ପରି। 

 କାହିଁକି ୭ବର୍ଷରୁ ମାତା ହୋଇଗଲେ ?  

ପଶ୍ଚିମବଙ୍ଗର ଏକ ଛୋଟ ଗାଁରେ ମାତା ଚଞ୍ଚଲନାଥଙ୍କ  ଜନ୍ମ ।  ସବୁ ପିଲାଙ୍କ ପରି  ମାତା ଚଞ୍ଚଲଙ୍କର ଛୋଟ ବେଳର ସମୟ ମଧ୍ୟ ଖୁବ୍ ଭଲରେ କଟିଥଲା ତାଙ୍କର  ମାତା ପିତା ବହୁତ ଧାର୍ମିକ ଥିଲେ ।  ନିଜ କୂଳଗୁରୁଙ୍କୁ ଖୁବ୍‌ ଶ୍ରଦ୍ଧା ଆଉ ବିଶ୍ବାସ କରୁଥିଲେ। ଯେତେବେଳେ ଚଞ୍ଚଳଙ୍କୁ ମାତ୍ର ୭ ବ.ର୍ଷ ତାଙ୍କୁ ନିଜ ସହ ଆଶ୍ରମ ନେଇଆସିଥିଲେ କୂଳଗୁରୁ।  ଏଥିରେ ପରିବାରର ସହମତି ମଧ୍ୟ ଥିଲା । ଆଶ୍ରମରେ ସକାଳ ସନ୍ଧ୍ୟାରେ  ମନ୍ତ୍ର ଉଚ୍ଚାରଣ, ହୋମଯଜ୍ଞ, ଭଜନ କିର୍ତ୍ତନ ରେ ଚଞ୍ଚଲନାଥଙ୍କର ପିଲାଦିନ କଟିଥିଲା । ଏହିଠାରୁ ଆରମ୍ଭ ହୋଇଥିଲା ଚଞ୍ଚଲନାଥଙ୍କ କଠୋର କାଳି ସାଧନା । ୧୫ /୧୬ ବର୍ଷ ପର୍ଯ୍ୟନ୍ତ ଆଶ୍ରମରେ  ଧର୍ମ ଓ ସାଧନାର  ଅଧ୍ୟୟନ କରିଥିଲେ । ସନାତନ ଧର୍ମର ଗଭୀର ସାଧନାରେ  ଲାଗିପଡିଲେ ।

ଏହି ସମୟରେ ବିଭିନ୍ନ ଧାର୍ମିକ ଗ୍ରନ୍ଥ ଅଧ୍ୟୟନରେ ମଧ୍ୟ ନିଜକୁ ବ୍ରତି କରିଥିଲେ ମାତା । ବର୍ତ୍ତମାନ ବାବା ଚଞ୍ଚଲନାଥ ହରିୟାଣାରୁ କାଳି ମନ୍ଦିରରେ ରହି ମା କାଳିଙ୍କ ଆରାଧନା କରୁଛନ୍ତି । ଏହି କାଳି ମନ୍ଦିର ମାତା ଚଞ୍ଚଲ ନିଜେ ପ୍ରତିଷ୍ଠା କରିଛନ୍ତି ।  ଏହି ମନ୍ଦିର ବର୍ତ୍ତମାନ ଲକ୍ଷ ଲକ୍ଷ ଭକ୍ତଙ୍କ ବିଶ୍ବାସର କେନ୍ଦ୍ରସ୍ଥଳ ପାଲଟିଛି । ପ୍ରତ୍ୟେକ ଶନିବାର ଦିନ ମନ୍ଦିରରେ ଭବ୍ୟ ଆୟୋଜନ ହୋଇଥାଏ ।  ବହୁ ସଂଖ୍ୟାରେ  ଭକ୍ତ ଏଠାରେ ପହଞ୍ଚିଥାଆନ୍ତି । ଭକ୍ତଙ୍କ ସମସ୍ୟାର ସମାଧାନ ଅତି ସହଜରେ କରିଦେଇଥାଆନ୍ତି ମାତା । ଚଞ୍ଚଲନାଥ କେବଳ ଜଣେ ସାଧୁ  ନୁହଁନ୍ତି ବରଂ  ସମାଜ ପାଇଁ ସେ ପ୍ରେରଣାର କେନ୍ଦ୍ରବିନ୍ଦୁ।  ମହିଳାଙ୍କ ପାଇଁ ସାମାଜିକ ନ୍ୟାୟ ଲଢେଇରେ  ସବୁବେଳେ ଆଗରେ ଥାଆନ୍ତି  ମାତା ।