କନକ ବ୍ୟୁରୋ: ସରକାରୀ ଗାଇଡ୍‌ଲାଇନ୍‌ ବା କମ୍ପାନିର ନିୟମ ଯୋଗୁଁ ଏବେ ମୋବାଇଲ ରିଚାର୍ଜ ମହଙ୍ଗା ହେବାରେ ଲାଗିଛି । ଏଭଳି ସ୍ଥିତିରେ ୟୁଜର୍ସ ଏକ ଶସ୍ତା ମୋବାଇଲ ରିଚାର୍ଜ ପ୍ଲାନ ଖୋଜୁଛନ୍ତି । ଏମିତି ବି ଏକ ସିମ୍ ଅଛି ଯାହାକୁ ବ୍ୟବହାର କଲେ ଜିଓଠାରୁ ଶସ୍ତାରେ ରିଚାର୍ଜ କରିପାରିବେ । ଅଧିକାଂଶ ୟୁଜର୍ସ ଏବେ ଜିଓ ସିମ୍‌ ବ୍ୟବହାର କରୁଛନ୍ତି । ଜିଓର ବି ଏକ ୭୨ ଦିନିଆ ପ୍ଲାନ୍‌ ରହିଛି ଯେଉଁଥିରେ ଦିନକୁ ଦୁଇ ଜିବି ଡାଟା ସହିତ ଲୋକଙ୍କୁ ଅନ୍‌ଲିମିଟେଡ୍‌ କଲିଂ  ସୁବିଧା ମିଳୁଛି । କିନ୍ତୁ ଏଥିପାଇଁ ଗ୍ରାହକଙ୍କୁ ପୂରା ୭୪୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ୭୨ ଦିନ ପାଇଁ ପ୍ରତିଦିନ ୨ ଜିବି ହିସାବ କଲେ ୧୬୪ ଡାଟା ମିଳିବ ।

ଆପଣ ବିଶ୍ୱାସ କରିପାରିବେନି ଏକ ଟେଲିକମ କର୍ପୋରେସନ ଜିଓଠାରୁ ବି ଶସ୍ତା ରିଚାର୍ଜ ପ୍ଲାନ୍‌ ଦେଉଛି । ୧୦ ଟଙ୍କା କି ୨୦ ଟଙ୍କା ନୁହେଁ ପୂରା ୨୬୪ ଟଙ୍କା କମ୍‌ ମୂଲ୍ୟରେ ୭୨ ଦିନ ପାଇଁ ରିଚାର୍ଜ କରିପାରିବେ । ଏଥିରେ ବି ଗ୍ରାହକଙ୍କୁ ୭୨ ଦିନ ପାଇଁ ୧୬୪ ଜିବି ଡାଟା ମିଳିବ । ଦୈନିକ ଦୁଇ ଜିବି ଡାଟା ଶେଷ ହୋଇଗଲେ ବି ଗ୍ରାହକମାନେ 40kbpsରେ ନେଟ୍‌ ଚଳାଇ ପାରିବେ ।  ଖାଲି ସେତିକି ନୁହେଁ ଡାଟା ଶେଷ ହୋଇଗଲେ ବି ଦିନକୁ ୧୦୦ ଏସ୍‌ଏମ୍‌ଏସ୍‌ ପଠାଇପାରିବେ ଲୋକେ । ଏଣୁ ନିର୍ଦ୍ୱନ୍ଦ୍ୱରେ ଚାଟିଂ କରିପାରିବେ ୟୁଜର୍ସ । ଯେକୌଣସି ନେଟୱାର୍କକୁ ଅନ୍‌ଲିମିଟେଡ୍‌ କଲିଂ ସୁବିଧା ବି ମିଳୁଛି । ସବୁଠାର ବଡକଥା ହେଉଛି ଏହି ସବୁ ସୁବିଧା ପାଇବାକୁ ମାତ୍ର ଏକ ଟଙ୍କା ଖର୍ଚ୍ଚ କରି ଏକ ବିଏସ୍‌ଏନ୍ଏଲ୍‌ କିଣିବାକୁ ପଡ଼ିବ…