ଗାଁଠୁ ମାତ୍ର ୫୦ ମିଟର ଦୂରରେ ଥିବାରୁ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ଆର୍ଯ୍ୟପଲ୍ଲୀ, ଭୟଭୀତ ଗ୍ରାମବାସୀ

 ବର୍ତ୍ତମାନ ତାହା ୫୦ ମିଟର ଦୂରରେ ରହିଛି । ଦିନକୁ ଦିନ ସମୁଦ୍ର ଗାଁର ନିକଟବର୍ତ୍ତୀ ହେଉଛି । କେ. ଆର୍ଯ୍ୟପଲ୍ଲୀ ଠାରୁ ମେରାଇନ ରାସ୍ତାର ଅଧିକାଂଶ ସ୍ଥାନ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ଆର୍ଯ୍ୟପଲ୍ଲୀ ଗାଁର ବାସିନ୍ଦା। ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର ଉଗ୍ର ରୂପ ଧାରଣ କରୁଛି । କୂଳ ଖାଇ ଗାଁ ମୁହାଁ ହେଉଛି ।

35

କନକ ବ୍ୟୁରୋ :  ଗଞ୍ଜାମ ଆର୍ଯ୍ୟପଲ୍ଲୀରେ କୂଳ ଲଂଘୁଛି ସମୁଦ୍ର । ପୂର୍ବରୁ ଗାଁଟି ସମୁଦ୍ର ଠାରୁ ୫ କି.ମି. ଦୂରରେ ଥିଲା ।  ବର୍ତ୍ତମାନ ତାହା ୫୦ ମିଟର ଦୂରରେ ରହିଛି । ଦିନକୁ ଦିନ ସମୁଦ୍ର ଗାଁର ନିକଟବର୍ତ୍ତୀ ହେଉଛି । କେ. ଆର୍ଯ୍ୟପଲ୍ଲୀ ଠାରୁ ମେରାଇନ ରାସ୍ତାର ଅଧିକାଂଶ ସ୍ଥାନ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ଆର୍ଯ୍ୟପଲ୍ଲୀ ଗାଁର ବାସିନ୍ଦା। ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର ଉଗ୍ର ରୂପ ଧାରଣ କରୁଛି । କୂଳ ଖାଇ ଗାଁ ମୁହାଁ ହେଉଛି । ସମୁଦ୍ର ଉପକୂଳ ଅଂଚଳରେ ଥିବା ଆର୍ଯ୍ୟପଲ୍ଲୀ ଗାଁଟି କେବେ ନା କେବେ ସମୁଦ୍ର ମଧ୍ୟରେ ଲୀନ ହୋଇଯିବାର ଭୟ ଏବେ ଗ୍ରାମବାସୀଙ୍କୁ ଭୟଭୀତ କରିଛି । ପୂର୍ବରୁ ସମୁଦ୍ର କୂଳରେ ଥିବା ବିଭିନ୍ନ ଛୋଟ ଛୋଟ ମନ୍ଦିର ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିବା ବେଳେ ଏବେ ଏକ ସେଡ ସହ ରାସ୍ତା ସମୁଦ୍ର କୂଳରେ ଲୀନ ହୋଇଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe