ମଇଁଷିରେ ବସି ଗଲେ, ବିଧାୟକ ହେବାକୁ ନାମାଙ୍କନ କଲେ; ଦେଖନ୍ତୁ ଭିଡିଓ....

ବିହାରରେ ଏବେ ଚାଲିଛି ନିର୍ବାଚନର ପର୍ବ । ନେତାମାନେ ଏବେ ନାମାଙ୍କନ ଚଲାଇଥିବାବେଳେ, ପ୍ରଚାର ଅଭିଯାନକୁ ମଧ୍ୟ ଜୋରଦାର କରିଛନ୍ତି । ଆଉ ଏହାରି ଭିତରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ । ତେଜପ୍ରତାପ ଯାଦବଙ୍କ ନୂଆ ପାର୍ଟି ଜନଶକ୍ତି ଜନତା ଦଳର ଜଣେ ପ୍ରାର୍ଥୀ ଅରୁଣ ଯାଦବ ମଇଁଷି ଉପରେ ବସି ନାମାଙ୍କନ ଦାଖଲ କରିବାକୁ ଯାଇଛନ୍ତି

arun yadav files nomination on buffalo

arun yadav files nomination on buffalo Photograph: (kanak news)

କନକ ବ୍ୟୁରୋ: ବିହାରରେ ଏବେ ଚାଲିଛି ନିର୍ବାଚନର ପର୍ବ । ନେତାମାନେ ଏବେ ନାମାଙ୍କନ ଚଲାଇଥିବାବେଳେ, ପ୍ରଚାର ଅଭିଯାନକୁ ମଧ୍ୟ ଜୋରଦାର କରିଛନ୍ତି । ଆଉ ଏହାରି ଭିତରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ । ତେଜପ୍ରତାପ ଯାଦବଙ୍କ ନୂଆ ପାର୍ଟି ଜନଶକ୍ତି ଜନତା ଦଳର ଜଣେ ପ୍ରାର୍ଥୀ ଅରୁଣ ଯାଦବ ମଇଁଷି ଉପରେ ବସି ନାମାଙ୍କନ ଦାଖଲ କରିବାକୁ ଯାଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଭିଡିଓ ଦେଖନ୍ତୁ...

ଅରବଲର ନାମାଙ୍କନ ଦାଖଲ କାର୍ଯ୍ୟାଳୟରେ ଯେତେବେଳେ ଅରୁଣ ଯାଦବ ପହଞ୍ଚିଥିଲେ, ସେତେବେଳେ ସବୁ ଗଣମାଧ୍ୟମର ନଜର ତାଙ୍କ ଉପରେ ପଡ଼ିଥିଲା । କାହିଁକି ନା ସେ ମଇଁଷି ଉପରେ ବସି ନାମାଙ୍କନ ଦାଖଲ କରିବାକୁ ଆସିଥିଲେ । ତାଙ୍କ ହାତରେ ଲାଲୁ ଯାଦବଙ୍କ ଫଟୋ ଥିଲା ଆଉ ସେ ନିଜେ ବସିଥିଲେ ମଇଁଷି ଉପରେ । ସମର୍ଥକଙ୍କ ସହ ନାରାବାଜି ଭିତରେ ସେ ନିଜର ନାମାଙ୍କନ ଦାଖଲ କରିଥିଲେ ।

ରେଲୱେ ସମ୍ପର୍କିତ ଫେକ୍‌ ଭିଡିଓ ପୋଷ୍ଟ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ : ଅଶ୍ୱିନୀ ବୈଷ୍ଣବ

ଅରୁଣ ଯାଦବଙ୍କ କହିବା କଥା, ସେ ସାଧାରଣ ଲୋକଙ୍କ ପ୍ରାର୍ଥୀ । ତେଣୁ ଅତି ସାଧାରଣ ଭାବେ ନାମାଙ୍କନ ଦାଖଲ କରିବାକୁ ଆସିଥିଲେ । ମଇଁଷି ଆମ କଠିନ ପରିଶ୍ରମ କରୁଥିବା ଜନତାଙ୍କ ପ୍ରତୀକ । ଯାହାକୁ ଚାଷୀ ଆଉ ଗରିବ ଘରର ଲୋକ ଲାଳନପାଳନ କରିଥାନ୍ତି । ତେଣୁ ଆମେ ବି ସେହି ଢଙ୍ଗରେ ଲୋକଙ୍କ ସେବା କରିବୁ ।  ଜାଣିରଖିବା ଉଚିତ ଯେ, ତେଜପ୍ରତାପ ଯାଦବ ଏଥର ନିଜର ନୂଆ ପାର୍ଟି ଗଠନ କରିଛନ୍ତି । ଯାହାର ନାଁ ରହିଛି ଜନଶକ୍ତି ଜନତାଦଳ । ଏଥର ଅନେକ ସିଟରେ ତେଜପ୍ରତାପ ଯାଦବଙ୍କ ଦଳ ନିଜର ପ୍ରାର୍ଥୀ ଦେଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe