ନବୀନ ପଟ୍ଟନାୟକଙ୍କୁ ପ୍ରମାଣ ମାଗିଲେ ଅରବିନ୍ଦ ମହାପାତ୍ର, କହିଲେ, ସମସ୍ତ ଅଭିଯୋଗ ମିଥ୍ୟା

Advertisment

ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିକୁ ବିଧାୟକଙ୍କ ସମର୍ଥନ ଜରୁରୀ ଥିବା ବେଳେ ନିଲମ୍ବିତ ବିଧାୟକ ଅରବିନ୍ଦ କହିଛନ୍ତି କି, ନବୀନଙ୍କ ବିକଳ୍ପ କଥା ମୁଁ ଚିନ୍ତା କରୁଛି । ଅର୍ଥାତ ତାଙ୍କ ଭୋଟ ବିଜେଡି ସପକ୍ଷରେ ନଯାଇପାରେ । ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କି, ନବୀନ ପଟ୍ଟନାୟକ ଏପର୍ଯ୍ୟନ୍ତ ମୋ ପ୍ରଶ୍ନର ଉତ୍ତର ଦେଇନାହାନ୍ତି ।

31a

କନକ ବ୍ୟୁରୋ :  ଆଗକୁ ରାଜ୍ୟସଭା ନିର୍ବାଚନ ରହିଛି, ଆଉ ଠିକ୍ ଏହି ସମୟରେ ପୁଣି ବିଜେଡି ସୁପ୍ରିମୋଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ବିଜେଡିରୁ ନିଲମ୍ବିତ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିକୁ ବିଧାୟକଙ୍କ ସମର୍ଥନ ଜରୁରୀ ଥିବା ବେଳେ ନିଲମ୍ବିତ ବିଧାୟକ ଅରବିନ୍ଦ କହିଛନ୍ତି କି, ନବୀନଙ୍କ ବିକଳ୍ପ କଥା ମୁଁ ଚିନ୍ତା କରୁଛି । ଅର୍ଥାତ ତାଙ୍କ ଭୋଟ ବିଜେଡି ସପକ୍ଷରେ ନଯାଇପାରେ !

ଅଧିକ ପଢ଼ନ୍ତୁ : ରାଜ୍ୟସଭା ଚତୁର୍ଥ ଆସନ ଉପରେ ସବୁ ଦଳର ଆଖି, ଜିତିବା ଆଗ, ନୀତି ଆଦର୍ଶ ପଛ

ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କି, ନବୀନ ପଟ୍ଟନାୟକ ଏପର୍ଯ୍ୟନ୍ତ ମୋ ପ୍ରଶ୍ନର ଉତ୍ତର ଦେଇନାହାନ୍ତି । ଏବେ ବି ମୁଁ ନିଲମ୍ବନର କାରଣ ଖୋଜୁଛି । ନିଲମ୍ବନର କାରଣ ବାରମ୍ବାର ପଚାରିବା ପରେ ନବୀନ ବାବୁ ତା'ର ଉତ୍ତର ଦେଇପାରିନଥିବା କଥା ସେ ସ୍ପଷ୍ଟ କରିଛନ୍ତି । ମୁଁ ଯଦି ପଦରେ ଥାଇ ଦୁର୍ନୀତି କରିଛି ବା ଦଳ ବିରୋଧରେ ବିଶ୍ୱାସଘାତକତା କରିଛି ତେବେ ନବୀନ ବାବୁ ଓ ବିଜେଡି ତାର ପ୍ରମାଣ ଦିଅନ୍ତୁ ବୋଲି ସେ କହିବା ସହ ରାଜ୍ୟସଭା ନିର୍ବାଚନରେ ଦଳ ନୁହେଁ ପ୍ରାର୍ଥୀ ଦେଖି ଭୋଟ ଦେବି ବୋଲି କହିଛନ୍ତି । ଏବେ ବିଜେଡି ବିଧାୟକ ନୁହେଁ ବରଂ ସ୍ୱାଧୀନ ଭାବେ ପ୍ରସଙ୍ଗ ଉଠାଇବି ବୋଲି ସ୍ପଷ୍ଟୋକ୍ତି କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe