କନକ ବ୍ୟୁରୋ : ଆଗକୁ ରାଜ୍ୟସଭା ନିର୍ବାଚନ ରହିଛି, ଆଉ ଠିକ୍ ଏହି ସମୟରେ ପୁଣି ବିଜେଡି ସୁପ୍ରିମୋଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ବିଜେଡିରୁ ନିଲମ୍ବିତ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିକୁ ବିଧାୟକଙ୍କ ସମର୍ଥନ ଜରୁରୀ ଥିବା ବେଳେ ନିଲମ୍ବିତ ବିଧାୟକ ଅରବିନ୍ଦ କହିଛନ୍ତି କି, ନବୀନଙ୍କ ବିକଳ୍ପ କଥା ମୁଁ ଚିନ୍ତା କରୁଛି । ଅର୍ଥାତ ତାଙ୍କ ଭୋଟ ବିଜେଡି ସପକ୍ଷରେ ନଯାଇପାରେ !
ଅଧିକ ପଢ଼ନ୍ତୁ : ରାଜ୍ୟସଭା ଚତୁର୍ଥ ଆସନ ଉପରେ ସବୁ ଦଳର ଆଖି, ଜିତିବା ଆଗ, ନୀତି ଆଦର୍ଶ ପଛ
ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କି, ନବୀନ ପଟ୍ଟନାୟକ ଏପର୍ଯ୍ୟନ୍ତ ମୋ ପ୍ରଶ୍ନର ଉତ୍ତର ଦେଇନାହାନ୍ତି । ଏବେ ବି ମୁଁ ନିଲମ୍ବନର କାରଣ ଖୋଜୁଛି । ନିଲମ୍ବନର କାରଣ ବାରମ୍ବାର ପଚାରିବା ପରେ ନବୀନ ବାବୁ ତା'ର ଉତ୍ତର ଦେଇପାରିନଥିବା କଥା ସେ ସ୍ପଷ୍ଟ କରିଛନ୍ତି । ମୁଁ ଯଦି ପଦରେ ଥାଇ ଦୁର୍ନୀତି କରିଛି ବା ଦଳ ବିରୋଧରେ ବିଶ୍ୱାସଘାତକତା କରିଛି ତେବେ ନବୀନ ବାବୁ ଓ ବିଜେଡି ତାର ପ୍ରମାଣ ଦିଅନ୍ତୁ ବୋଲି ସେ କହିବା ସହ ରାଜ୍ୟସଭା ନିର୍ବାଚନରେ ଦଳ ନୁହେଁ ପ୍ରାର୍ଥୀ ଦେଖି ଭୋଟ ଦେବି ବୋଲି କହିଛନ୍ତି । ଏବେ ବିଜେଡି ବିଧାୟକ ନୁହେଁ ବରଂ ସ୍ୱାଧୀନ ଭାବେ ପ୍ରସଙ୍ଗ ଉଠାଇବି ବୋଲି ସ୍ପଷ୍ଟୋକ୍ତି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/13/31a-2026-02-13-14-04-37.jpg)