ମୁଖ୍ୟମନ୍ତ୍ରୀ ଆବାସ ଛାଡିବେ ଅରବିନ୍ଦ କେଜ୍ରିୱାଲ । ଜାଣନ୍ତୁ ଏବେ ରହିବେ କେଉଁଠି ?

Advertisment

ଏହା ପୂର୍ବରୁ ତାଙ୍କ ଦଳ କହିଥିଲା ଯେ ଅରବିନ୍ଦ କେଜ୍ରିଓ୍ଵାଲ ଆସନ୍ତା କିଛି ଦିନ ମଧ୍ୟରେ ସିଭିଲ୍ ଲାଇନ୍ସର ଫ୍ଲାଗଷ୍ଟାଫ୍ ରୋଡରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଖାଲି କରିଦେବେ ।  କାରଣ ତାଙ୍କ ପାଇଁ ନୂଆଦିଲ୍ଲୀରେ ଏକ  ବାସଭବନ ସ୍ଥିର କରାଯାଇଛି, ଯେଉଁଠାରେ ସେ ତାଙ୍କ ପରିବାର ସହିତ ରହିବେ ।

ggdgtdg

କନକ ବ୍ୟୁରୋ :   ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଆବାହକ ଅରବିନ୍ଦ କେଜ୍ରିୱାଲ ଶନିବାର ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିବେ । ଏହାପରେ ସେ  ଆପ୍ ସାଂସଦ ଅଶୋକ ମିତ୍ତଲଙ୍କ ଘରେ ରହିବେ । ଅଶୋକ ମିତ୍ତଲଙ୍କ ଘର ୫ ଫିରୋଜଶାହା ରୋଡରେ ଅବସ୍ଥିତ । ଆପର ମୁଖ୍ୟ ନେତା ନୂଆଦିଲ୍ଲୀରୁ ତାଙ୍କ ବିଧାନସଭା ଏବଂ ଦିଲ୍ଲୀ ନିର୍ବାଚନ ପ୍ରଚାରର ତଦାରଖ କରିବେ । ଏହି ପ୍ରରିପେକ୍ଷୀରେ ଦଳର ନେତା, କାଉନସିଲର, ବିଧାୟକ ଓ ସାଂସଦମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ସେମାନଙ୍କ ଘର ଅଫର କରିଥିଲେ,କିନ୍ତୁ ଅରବିନ୍ଦ କେଜ୍ରିୱାଲ ଅଶୋକ ମିତ୍ତଲଙ୍କ ଘରେ ରହିବେ ବୋଲି ସୂଚନା ମିଳିଛି 

ଏହା ପୂର୍ବରୁ ତାଙ୍କ ଦଳ କହିଥିଲା ଯେ ଅରବିନ୍ଦ କେଜ୍ରିଓ୍ଵାଲ ଆସନ୍ତା କିଛି ଦିନ ମଧ୍ୟରେ ସିଭିଲ୍ ଲାଇନ୍ସର ଫ୍ଲାଗଷ୍ଟାଫ୍ ରୋଡରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଖାଲି କରିଦେବେ ।  କାରଣ ତାଙ୍କ ପାଇଁ ନୂଆଦିଲ୍ଲୀରେ ଏକ  ବାସଭବନ ସ୍ଥିର କରାଯାଇଛି, ଯେଉଁଠାରେ ସେ ତାଙ୍କ ପରିବାର ସହିତ ରହିବେ ।

ଆପ ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେଜ୍ରିୱାଲ ତାଙ୍କ ପରିବାର ସହ ମଣ୍ଡି ହାଉସ୍ ନିକଟ ଫିରୋଜ ଶାହା ରୋଡରେ ଆପ୍ ରାଜ୍ୟସଭା ସାଂସଦମାନଙ୍କୁ ଦିଆଯାଇଥିବା ଦୁଇଟି ସରକାରୀ ବଙ୍ଗଳା ମଧ୍ୟରୁ ଗୋଟିଏକୁ ଯାଇପାରନ୍ତି । ରବିଶଙ୍କର ଶୁକ୍ଳା ଲେନ ରେ ଥିବା ଆପ୍ ମୁଖ୍ୟାଳୟଠାରୁ ମାତ୍ର କିଛି ମିଟର ଦୂରରେ ଏହି ଦୁଇଟି ବଙ୍ଗଳା ରହିଛି ।

ଚଳିତ ମାସ ଆରମ୍ଭରୁ  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କେଜ୍ରିୱାଲ କହିଛନ୍ତି ଯେ ସେ ନବରାତ୍ରୀ ସମୟରେ ଫ୍ଲାଗଷ୍ଟାଫ୍ ରୋଡରେ ଥିବା ତାଙ୍କ ସରକାରୀ ବାସଭବନ ଖାଲି କରିବେ ।  ଅରବିନ୍ଦ କେଜ୍ରିଓ୍ଵାଲ ଏବଂ ତାଙ୍କ ପରିବାର ପାଇଁ ବାସଗୃହ ରଖାଯାଇଥିବାରୁ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ତାଙ୍କ ସରକାରୀ ବାସଭବନ ଖାଲି କରିଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଦଳ କହିଛି ଯେ କେଜ୍ରିୱାଲ ଦିଲ୍ଲୀ ବିଧାନସଭାରେ ପ୍ରତିନିଧିତ୍ୱ କରୁଥିବା ନୂଆଦିଲ୍ଲୀ ନିର୍ବାଚନମଣ୍ଡଳୀରୁ ତାଙ୍କ ପରିବାର ସହିତ ରହିବେ । ଏହା ପୂର୍ବରୁ ଆପ୍ ମଧ୍ୟ କେଜ୍ରିୱାଲଙ୍କୁ ରାଷ୍ଟ୍ରୀୟ ଦଳର ମୁଖ୍ୟ ଭାବେ ସରକାରୀ ବାସଭବନ ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲା । ଯେଉଁଭଳି ଭାବରେ ଦଳ ପ୍ରତି କେଜ୍ରିୱାଲଙ୍କ ଅବଦାନ ରହିଛି ସେଥୀପାଇଁ ଦଳ ତାଙ୍କୁ ସବୁପ୍ରକାର ସୁବିଧା ସହଯୋଗ ଯୋଗାଇ ଦେବାକୁ ଚେଷ୍ଟା ଜାରିରଖିଛନ୍ତି .

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe