କନକ ବ୍ୟୁରୋ : ପୂର୍ବ ନିଷ୍ପତ୍ତି ଅନୁସାରେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ଉପରାଜ୍ୟପାଳ ବିନୟ ସକସେନାଙ୍କୁ ଭେଟି ଇସ୍ତଫାପତ୍ର ଦେଇଛନ୍ତି ଆପ୍ ମୁଖ୍ୟ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜଲେରେ ଥିଲେ କେଜ୍ରିୱାଲ। ସୁପ୍ରିମକୋର୍ଟରୁ ଜାମିନ ପାଇ ଜେଲରୁ ମୁକୁଳିବା ପରେ, ପଦରୁ ଇସ୍ତଫା ନେଇ ଘୋଷଣା କରିଥିଲେ । ଏଥିସହ ଦିଲ୍ଲୀ ଜଣେ ନୂଆ ମୁଖ୍ୟମନ୍ତ୍ରୀ ଦେଖିବ ବୋଲି ସ୍ପଷ୍ଟ କରିଦେଇଥିଲେ । ଫଳରେ ଅନେକ ନାଁକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଥିଲା । ହେଲେ ଶିକ୍ଷାମନ୍ତ୍ରୀ ଆତିଶୀ ମର୍ଲେନାଙ୍କୁ ବିଧାୟକ ଦଳ ନେତା ନିର୍ବାଚନ ପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ହୋଇଛି ।
ଆଜି ସକାଳେ ଆପ୍ ବିଧାୟକ ଦଳ ବୈଠକ ବସିଥିଲା । ଏଥିରେ ଆତିଶୀଙ୍କ ନାଁଙ୍କୁ ବିଧାୟକ ଦଳ ନେତା ଭାବେ ପ୍ରସ୍ତାବ ଦେଇଥିଲେ କେଜ୍ରିୱାଲ । ଆଉ ସର୍ବସମ୍ମତିରେ ଆତିଶୀଙ୍କ ନାଁରେ ମୋହର ବାଜିଥିଲା । ମିଳିଥିବା ସୂଚନା ଅନୁସାରେ ଆଗାମୀ ୨୬-୨୭ରେ ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ ।
ଆତିଶୀ ହେବେ ନୂଆ ମୁଖ୍ୟମନ୍ତ୍ରୀ
ଅରବିନ୍ଦ କେଜ୍ରିୱାଲ ଓ ମନୀଷ ଶିଶୋଦିଆଙ୍କ ନିକଟତର ଆତିଶୀ
କେଜ୍ରିୱାଲ ମନ୍ତ୍ରିମଣ୍ଡଳରେ ୧୩ଟି ବିଭାଗ ଦାୟିତ୍ୱରେ ଅଛନ୍ତି
ଅର୍ଥ, ଶିକ୍ଷା, ପିଡବ୍ଲୁଡି ଓ ରାଜସ୍ୱ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ତାଙ୍କ ହାତରେ
ଦଳର ଜଣେମାତ୍ର ମହିଳା ମନ୍ତ୍ରୀ ଭାବରେ ବେଶ ଚର୍ଚ୍ଚାରେ ଥିଲେ
ମଦ ଦୁର୍ନୀତିରେ ଶୀର୍ଷ ନେତାଙ୍କ ଗିରଫଦାରି ପରେ ଦଳକୁ ଚଳାଉଥିଲେ
୨୦୧୯ରେ ଲୋକସଭା ନିର୍ବାଚନ ଲଢ଼ି ଗୌତମ ଗାମ୍ଭୀରଙ୍କଠାରୁ ହାରି ଯାଇଥିଲେ ଆତିଶୀ । ୨୦୨୦ରେ କାଲକାଜି ଆସନରୁ ଜିତି ଦିଲ୍ଲୀ ବିଧାନସଭାକୁ ଗଲେ । ସେବେଠାରୁ ଦଳ ପ୍ରତି ତାଙ୍କର ନିଷ୍ଠା ଆଜି ଶୀର୍ଷ ଆସନରେ ବସାଇଛି । ଶିଲା ଦିକ୍ଷୀତଙ୍କ ପରେ ପୁଣିଜଣେ ମହିଳା ମୁଖ୍ୟମନ୍ତ୍ରୀ ଦେଖିବାକୁ ଯାଉଛି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/4ZDISmHVlFnm5spvAgUV.jpg)