କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍ରିୱାଲ । ଉପରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା ପତ୍ର । ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ । ସେ କହିଥିଲେ, ମୁଁ ସେବେ ଯାଏଁ ମୁଖ୍ୟମନ୍ତ୍ରୀ ପଦରେ ବସିବି ନାହିଁ ଯେବେ ଯାଏଁ ଜନତା ନିଷ୍ପତ୍ତି ନ ନେଇଛନ୍ତି । ଅର୍ଥାତ କେଜ୍ରିୱାଲ ଆଗାମୀ ନିର୍ବାଚନ ଯାଏଁ ମୁଖ୍ୟମନ୍ତ୍ରୀ ପଦରୁ ଓହରି ଯାଇଛନ୍ତି, ନିର୍ବାଚନ ଜିତି ପୁଣି ମୁଖ୍ୟମନ୍ତ୍ରୀ ପଦରେ ବସିବା ନେଇ ସେ ଆଶା ରଖିଛନ୍ତି ।
ସେହିପରି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆତିଶି ମାର୍ଲେନାଙ୍କୁ ଦାୟିତ୍ୱ ମିଳିଛି । ଆପ ବିଧାୟକ ଦଳ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । କେଜ୍ରିୱାଲ ଜେଲରେ ଥିବା ବେଳେ ଆତିଶି ସରକାରର ଦାୟିତ୍ୱ ସମ୍ଭାଳିଥିଲେ । ଏହାସହ ୧୪ଟି ବିଭାଗର ଦାୟିତ୍ୱରେ ମଧ୍ୟ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/oIB95Ny1pUThYoji7gIb.jpg)