କେଜ୍ରିଓ୍ୱାଲ୍ ଯିବେନି ତ, କିଏ ଯିବ ପଞ୍ଜାବରୁ ରାଜ୍ୟସଭା? ରେସରେ ଦୁଇରୁ ତିନି ନେତା ଆଗରେ...

Advertisment

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ଶୋଚନୀୟ ପରାଜୟ ବରଣ କରିଥିଲା, ଏମିତି କି ଅରବିନ୍ଦ କେଜ୍ରିଓ୍ୱାଲ୍ ମଧ୍ୟ ହାରିଯାଇଥିଲେ । ଯାହାପରେ ଚର୍ଚ୍ଚା ହେଲା ଯେ, ସେ ଖୁବଶୀଘ୍ର ରାଜ୍ୟସଭାକୁ ଯାଇପାରନ୍ତି ।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ଶୋଚନୀୟ ପରାଜୟ ବରଣ କରିଥିଲା, ଏମିତି କି ଅରବିନ୍ଦ କେଜ୍ରିଓ୍ୱାଲ୍ ମଧ୍ୟ ହାରିଯାଇଥିଲେ । ଯାହାପରେ ଚର୍ଚ୍ଚା ହେଲା ଯେ, ସେ ଖୁବଶୀଘ୍ର ରାଜ୍ୟସଭାକୁ ଯାଇପାରନ୍ତି ।

Kejriwal

Kejriwal Photograph: (KANAK NEWS)

କନକ ବ୍ୟୁରୋ: ପଞ୍ଜାବରୁ କିଏ ଯିବ ରାଜ୍ୟସଭା? ଯଦି ଅରବିନ୍ଦ କେଜ୍ରିଓ୍ୱାଲ ରାଜ୍ୟସଭାକୁ ଯିବେନି, ତେବେ ତାଙ୍କ ବଦଳରେ କିଏ? ଏ ଚର୍ଚ୍ଚା ଏଥିପାଇଁ ଏବେ ଜୋର ଧରିଛି, କାହିଁକି ନା ରାଜ୍ୟସଭାକୁ ଯିବା ନେଇ ସିଧା ସିଧା ମନା କରିଦେଇଛନ୍ତି ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲ । ଯାହାପରେ ଏବେ ଚର୍ଚ୍ଚା ହେଉଛି, ଯଦି ଅରବିନ୍ଦ କେଜ୍ରିଓ୍ୱାଲ ପଞ୍ଜାବରୁ ରାଜ୍ୟସଭା ଯିବେନି, ତେବେ ଯିବ କିଏ?

ଗତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ଶୋଚନୀୟ ପରାଜୟ ବରଣ କରିଥିଲା, ଏମିତି କି ଅରବିନ୍ଦ କେଜ୍ରିଓ୍ୱାଲ୍ ମଧ୍ୟ ହାରିଯାଇଥିଲେ । ଯାହାପରେ ଚର୍ଚ୍ଚା ହେଲା ଯେ, ସେ ଖୁବଶୀଘ୍ର ରାଜ୍ୟସଭାକୁ ଯାଇପାରନ୍ତି । ଆଉ ଯେତେବେଳେ ପଞ୍ଜାବର ପଶ୍ଚିମ ଲୁଧିୟାନା ବିଧାନସଭା ସିଟରେ ଉପ-ନିର୍ବାଚନ ହେଲା, ଆଉ ଆପ୍ ଏଥିପାଇଁ ନିଜର ରାଜ୍ୟସଭା ସାଂସଦ ସଞ୍ଜୀବ ଅରୋଡ଼ାଙ୍କୁ ପ୍ରାର୍ଥୀ କଲା, ସେତେବେଳେ କେଜ୍ରିଓ୍ୱାଲ୍ ହିଁ ରାଜ୍ୟସଭାକୁ ଯିବେ ବୋଲି ଜୋରଦାର ଚର୍ଚ୍ଚା ଆରମ୍ଭ ହେଲା ।

ଏବେ ବିଧାନସଭା ଉପ-ନିର୍ବାଚନରେ ଆପ୍ ପ୍ରାର୍ଥୀ ଜିତାପଟ ହାସଲ କରିଛନ୍ତି । ଆଉ ପଞ୍ଜାବରେ ଗୋଟିଏ ରାଜ୍ୟସଭା ପଦ ଖାଲି ହୋଇଛି । ହେଲେ ଏତିକି ବେଳେ କିନ୍ତୁ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲ୍ ରାଜ୍ୟସଭା ଯାଉନାହାନ୍ତି ବୋଲି କହିବା ପରେ, ତାଙ୍କ ବଦଳରେ କେଉଁ ନେତା ରାଜ୍ୟସଭାକୁ ଯାଉଛନ୍ତି ତାହା ଏବେ ଆଲୋଚନାର ବିଷୟ?

ରାଜ୍ୟସଭା ଯିବେ କି ମନୀଷ ସିସୋଦିଆ?

କେଜ୍ରିଓ୍ୱାଲଙ୍କ ପରେ ମନୀଷ ସିସୋଦିଆଙ୍କୁ ଆପର ନମ୍ବର-୨ ନେତା ଭାବେ ଗଣାଯାଏ । ଚର୍ଚ୍ଚା ହେଉଛି ଯଦି କେଜ୍ରିଓ୍ୱାଲ ରାଜ୍ୟସଭାକୁ ଯିବେନି, ତେବେ ତାଙ୍କ ବଦଳରେ ମନୀଷ ସିସୋଦିଆ ରାଜ୍ୟସଭାକୁ ଯାଇପାରନ୍ତି । ଏହାପୂର୍ବରୁ ଦିଲ୍ଲୀ ଉପ-ନିର୍ବାଚନ ସମୟରେ ମନୀଷଙ୍କୁ ନିଜର ଉପ-ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ କେଜ୍ରିଓ୍ୱାଲ । ହେଲେ ସେ କିନ୍ତୁ ନିର୍ବାଚନ ବୈତରଣୀ ପାର୍ କରିପାରିନଥିଲେ । ଆଉ ଏବେ ଯେତେବେଳେ ରାଜ୍ୟସଭା ସିଟ୍ ଖାଲିପଡ଼ିଛି, ସେତେବେଳେ ଏହି ସିଟରୁ ମନୀଷ ସିସୋଦିଆଙ୍କୁ ଦଳ ସଂସଦକୁ ପଠାଇପାରେ ବୋଲି ଚର୍ଚ୍ଚା ହେଉଛି ।

ମନୀଷ ନହେଲେ ସତ୍ୟେନ୍ଦ୍ର ଜୈନ

ଯଦି ମନୀଷ ସିସୋଦିଆ ରାଜ୍ୟସଭାକୁ ଯିବେନି, ତେବେ ଦିଲ୍ଲୀ ସରକାରରେ ପୂର୍ବରୁ ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନ ରାଜ୍ୟସଭାକୁ ଯାଇପାରନ୍ତି । ସତ୍ୟେନ୍ଦ୍ର ଜୈନ ୨୦୧୫ରୁ ୨୦୨୩ ପର୍ଯ୍ୟନ୍ତ କେଜ୍ରିଓ୍ୱାଲ ସରକାରରେ ମନ୍ତ୍ରୀ ଥିଲେ । ଆଉ ସେ କେଜ୍ରିଓ୍ୱାଲଙ୍କର ଅତି ନିକଟତର ବୋଲି ମଧ୍ୟ କୁହାଯାଏ । ତେଣୁ ତାଙ୍କୁ ରାଜ୍ୟସଭା ସିଟ୍ ଗିଫ୍ଟ ଦେଇପାରନ୍ତି ଆପ୍ ମୁଖିଆ । ଏପରି ନହେଲେ କୌଣସି ତୃତୀୟ ବିକଳ୍ପ ସହିତ ଯିବା ସହ, ପଞ୍ଜାବରୁ କୌଣସି ବଡ଼ ଚେହେରାକୁ ସାମ୍ନାକୁ ଆଣିପାରେ ଦଳ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe