କନକ ବ୍ୟୁରୋ: ପଞ୍ଜାବର ଆପ ସାଂସଦ ସଞ୍ଜୀବ ଅରୋଡାଙ୍କୁ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ଦଳ । ଲୁଧିଆନ ପଶ୍ଚିମ ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ସଞ୍ଜୀବ ଅରୋଡା ଆମ ଆଦମୀ ପାର୍ଟିର ପ୍ରାର୍ଥୀ ହେବେ । ଏହାପରେ ଚର୍ଚ୍ଚା ବଢିଛି ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ରାଜ୍ୟସଭାକୁ ଯାଇପାରନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିଲେ ବି ଆମ ଆଦମୀ ପାର୍ଟି ପ୍ରାର୍ଥୀ ଘୋଷଣା କରିସାରିଛି ।
କୁହାଯାଉଛି, ଦିଲ୍ଲୀ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଜାତୀୟ ରାଜନୀତିରେ ଏବେ ସକ୍ରିୟ ହେବାକୁ ଚାହୁଁଛନ୍ତି ଅରବିନ୍ଦ କେଜରିୱାଲ । ତେଣୁ ସେ ନିର୍ବାଚନ ନଲଢି ରାଜ୍ୟସଭାକୁ ଯାଇ ବିଜେପି ବିରୋଧୀ ମେଂଟରେ ବଡ଼ ଭୂମିକା ନେଇପାରନ୍ତି ।
ସଞ୍ଜୀବ ଅରୋଡାଙ୍କ ଇସ୍ତଫା ପଞ୍ଜାବ ବିଧାନସଭା ଉପନିର୍ବାଚନ ଫଳାଫଳ ଉପରେ ନିର୍ଭର କରୁଛି । କାରଣ ସେ ବିଜୟୀ ହେଲେ ହିଁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବେ । ଏହାପରେ ଅରବିନ୍ଦ କେଜ୍ରିୱାଲ ରାଜ୍ୟସଭା ଯିବେ ନା ନାହିଁ ତାହା ସ୍ପଷ୍ଟ ହେବ । ତେବେ ଅରବିନ୍ଦ କେଜରିୱାଲ ରାଜ୍ୟସଭା ଯିବେ ନାହିଁ ସ୍ପଷ୍ଟ କରିଛି ଆମ ଆଦମୀ ପାର୍ଟି ।
ଦିଲ୍ଲୀରେ ଶୋଚନୀୟ ପରାଜୟ ପରେ ଆମ ଆଦମୀ ପାର୍ଟି ଏବେ ପଞ୍ଜାବ ଉପରେ ଅଧିକ ଫୋକସ କରିଛି । ତେଣୁ କିନ୍ତୁ ରାଜନୀତିରେ ସବୁ ସମ୍ଭବ ହୋଇଥାଏ । ରାଜ୍ୟସଭା ନିର୍ବାଚନ ଗଣିତ ହିସାବରେ ଜଣଙ୍କୁ ଜିତିବା ପାଇଁ ୫୭ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ଆପର ୯୩ଜଣ ବିଧାୟକ ରହିଛନ୍ତି । ତେଣୁ ରାଜ୍ୟସଭା ଉପନିର୍ବାଚନ ଜିତିବା କେଜ୍ରିୱାଲଙ୍କ ପାଇଁ କୌଣସି ବଡ କଥା ହେବନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/02/26/QTcjyICP0BrZtHRCAxer.jpg)