କନକ ବ୍ୟୁରୋ : ଶିଶ ମହଲ । କେଜ୍ରିୱାଲଙ୍କ ଥିଲା ସ୍ବପ୍ନର ଘର । ବ୍ୟୟବହୁଳ, ଆଲିସାନ ବଙ୍ଗଳାକୁ ନେଇ ବିଜେପି ସହ ବାରମ୍ବାର ମୁହାମୁହିଁ ହୋଇଛି ।ଏପରିକି ନିର୍ବାଚନରେ ମଧ୍ୟ ଏହାକୁ ଅନ୍ୟତମ ବଡ ପ୍ରସଙ୍ଗ କରି ଆପକୁ ଧୁଳି ଚଟାଇଛି ବିଜେପି । ଏବେ କେଜ୍ରିୱାଲଙ୍କ ଶିଶମହଲର ନବୀକରଣର ହେବ ଫୁଙ୍କାନୁଫୁଖ ତଦନ୍ତ । ପୁଃନନିର୍ମାଣରେ କେତେ ଟଙ୍କା ଖର୍ଚ୍ଚ ହୋଇଛି?ନିର୍ମାଣ କାମରେ କୌଣସି ମାନଦଣ୍ଡର ଉଲ୍ଲଂଘନ ହୋଇଛି କି ଏହାର ତନ୍ତଦ କରିବ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ-
ସେପଟେ ବିଜେପି ଉପରେ ପାଲଟା ଅଭିଯୋଗ ଆଣିଛି ଆମ ଆଦମୀ ପାର୍ଟି ।ପ୍ରଧାନମନ୍ତ୍ରୀଙ୍କ ଆବାସରେ କେତେକୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ପ୍ରଶ୍ନ କରିଛି ଦଳ । ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସିପିଡବ୍ଲୁ ଦ୍ୱାରା ଦାଖଲ କରାଯାଇଥିବା ଏକ ରିପୋର୍ଟ ଆଧାରରେ ଏହି ନିର୍ଦ୍ଦେଶ ଦିଆଯାଇଛି, ଯେଉଁଥିରେ ୬ ଫ୍ଲାଗଷ୍ଟାଫ ରୋଡରେ ଅବସ୍ଥିତ ବଙ୍ଗଳାର ନବୀକରଣରେ ଅନିୟମିତତା ଉଲ୍ଲେଖ କରାଯାଇଥିଲା।
‘ଶିଶ ମହଲ’ର ହେବ ତଦନ୍ତ
-ଦିଲ୍ଲୀ ୬ ଫ୍ଲାଗଷ୍ଟାପ ରୋଡରେ ରହିଛି ଶିଶ ମହଲ
-ଶିଶ ମହଲ ନବୀକରଣର ହେବ ତଦନ୍ତ
-୧୩ତାରିଖରେ ତଦନ୍ତ ଆଦେଶ ଦେଇଛନ୍ତି ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ
-ସେଣ୍ଟ୍ରାଲ ପବ୍ଲିକ ୱାର୍କସ ଡିପାଟମେଣ୍ଟର ରିପୋର୍ଟ ଆଧାରରେ ହେବ ତଦନ୍ତ
-୮ଏକର ଜମିରେ ରହିଛି ବିଶାଳ ବଙ୍ଗଳା
-ନିର୍ମାଣ ଓ ନବୀକରଣରେ ହୋ ବଡ ଅନିୟମିତତା ଅଭିଯୋଗ
-ନବୀକରଣ ପାଇଁ ଖର୍ଚ୍ଚ ହୋଇଛି ୪୫କୋଟିରୁ ଅଧିକ ଟଙ୍କା
-ଉପରାଜ୍ୟପାଳଙ୍କୁ ଲିଖିତ ଅଭିଯୋଗ କରିଥିଲା ପ୍ରଦେଶ ବିଜେପି
-ଅକ୍ଟୋବର ୨୪ରେ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନଙ୍କ ନିକଟରେ ଅଭିଯୋଗ
-ଆଖପାଖରେ ଥିବା ଜମିକୁ ଜବରଦଖଲ କରାଯାଇଥିବା ମଧ୍ୟ ଅଭିଯୋଗ
୨୦୨୩ରେ ପ୍ରଥମ ଥର ପାଇଁ ଶିଶ ମହଲ ମାମଲା ସାମ୍ନାକୁ ଆସିଥିଲା । ଉପରାଜ୍ୟପାଳ ବିନୟ ସକସେନା ସିବିଆକୁ ଚିଠି ଲେଖି ନବୀକରଣର ଯାଂଚ ପାଇଁ କହିଥିଲେ । ପ୍ରଥମ ପାଳିରେ ମୁଖ୍ୟମନ୍ତ୍ରୀ ହେବା ପରେ ପରିବାର ସହ କେଜ୍ରିୱାଲ ଗାଜିଆବାଦ କୋଶାମ୍ବି ସରକାରୀ ବାସଭବରେ ରହୁଥିଲେ ।ତେବେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ, କେଜ୍ରିୱାଲ ତାଙ୍କ ପରିବାର ସହିତ ଯେଉଁ ଘରକୁ ଆସିଥିଲେ ତା ନାଁ ହେଉଛି ଶିଶ ମହଲ ।ତେବେ ଜେଲରୁ ଫେରିବା ପରେ ଶିଶମହଲା ଛାଡି ଅନ୍ୟ ଏକ ବଙ୍ଗଳରେ ରହୁଛନ୍ତି ଆପ ମୁଖ୍ୟ ।