କନକ ବ୍ୟୁରୋ : ଆମ ଆଦମି ପାର୍ଟୀର ମୁଖିଆଙ୍କୁ ହରାଇଛନ୍ତି ବିଜେପିର ପ୍ରାର୍ଥୀ ପ୍ରବେଶ ବର୍ମା । କେଜ୍ରିୱାଲଙ୍କୁ ହରାଇ ଦିଲ୍ଲୀରୁ ଆପକୁ ସଫା କରିଛନ୍ତି ପ୍ରବେଶ । କେଜ୍ରିୱାଲଙ୍କୁ ୩ ହଜାରରୁ ଅଧିକ ଭୋଟ୍‌ ରେ ହରାଇଛନ୍ତି ପ୍ରବେଶ ।  ଏବେ ସମସ୍ତଙ୍କ ଜାଣିବାର ଇଛା ଥିବ ପ୍ରବେଶ ବର୍ମାଙ୍କ ପାଖରେ କଣ କଣ ଅଛି ? ଆଉ ତାଙ୍କ ପାଖେ କେତେ ସମ୍ପତ୍ତି ? ନିର୍ବାଚନୀ ଶପଥପତ୍ର ଅନୁଯାୟୀ, ପାଖାପାଖି ସମ୍ପତ୍ତି ୯୫ କୋଟି ।

Advertisment

ପ୍ରବେଶ ବର୍ମାଙ୍କ ସ୍ତାବର ସମ୍ପତ୍ତିର ମୂଲ୍ୟ  ୭୭ କୋଟି ୮୯ ଲକ୍ଷ ଟଙ୍କା । ସେହିପରି ତାଙ୍କ ସ୍ତ୍ରୀଙ୍କ ନିକଟରେ ସ୍ତାବର ସମ୍ପତ୍ତି ମୂଲ୍ୟ ୧୭ କୋଟି ୫୩ ଲକ୍ଷ ଟଙ୍କା।  ପ୍ରବେଶ ବର୍ମାଙ୍କ  ଉପରେ  ୬୨ କୋଟି  ୬୦ ଲକ୍ଷ ଟଙ୍କା ଋଣ ରହିଛି  ।  ଏହି ଋଣ ମଧ୍ୟରୁ ୨୨ କୋଟି ୫୯ ଲକ୍ଷ ଟଙ୍କା ଋଣ ଆକାରରେ ଭାଇ ସିଦ୍ଧାର୍ଥ ସିଂଙ୍କ ଠାରୁ ନେଇଛନ୍ତି । ସେହିପରି ତାଙ୍କ ସ୍ତ୍ରୀଙ୍କ ନାମରେ ୧୧ କୋଟି ୪୫ ଲକ୍ଷ ର ଲୋନ୍‌ ମଧ୍ୟ ରହିଛି।  ପ୍ରବେଶ ବର୍ମାଙ୍କ ସ୍ତ୍ରୀ ବେସରକାରୀ ସଂସ୍ଥାରେ ଚାକିରି କରୁଛନ୍ତି ଏଥିସହିତ ସମାଜ ସେବାରେ ମଧ୍ୟ ନିୟୋଜିତ ଅଛନ୍ତି । ପ୍ରବେଶଙ୍କ ପାଖରେ ପାଖାପାଖି ୨.୨ ଲକ୍ଷ ଟଙ୍କା କ୍ୟାସ୍‌ ସଞ୍ଚିତ ଥିବାବେଳେ ୩ଟି କାର୍‌ ରହିଛି । ଯେଉଁଥିରେ ୯ ଲକ୍ଷ ଟଙ୍କାର ଗୋଟିଏ ଟୋୟୋଟା ଫରଚ୍ୟୁନର, ୩୬ ଲକ୍ଷ ଟଙ୍କାର ଟୋୟୋଟା ଇନୋଭା ଏବଂ  ୧୧.୭୭ ଲକ୍ଷ ଟଙ୍କାର ମହିନ୍ଦ୍ରା XUV ମଧ୍ୟ ସାମିଲ ।  


ବର୍ମା ପରିବାର ପାଖରେ ପାଖାପାଖି  ୭୨ ଲକ୍ଷର କେବଳ ସୁନା ଅଛି।  ଯେଉଁଥିରେ ପ୍ରବେଶ ବର୍ମାଙ୍କ  ପାଖରେ ୮.୨୫ ଲକ୍ଷ  ମାର୍କେଟ  ପ୍ରାଇସ୍‌ ର ୨୦୦ ଗ୍ରାମ ସୁନା ରହିଛି । ସେହିପରି ତାଙ୍କ ସ୍ତ୍ରୀ ପାଖରେ ୪୫.୭୫ ଲକ୍ଷ ଟଙ୍କା ମୂଲ୍ୟର  ୧.୧୧ କିଲୋଗ୍ରାମ ସୁନା ରହିଛି । ପ୍ରବେଶଙ୍କ ଦୁଇଟି ଝିଅ ଙ୍କ ପାଖରେ ୧୨.୩୫ ଲକ୍ଷ ଟଙ୍କାର ୩୦୦ ଗ୍ରାମର ସୁନା ରହିଛି । ସେହିପର ତାଙ୍କ ପୁଅଙ୍କ ପାଖରେ  ୬.୧୭ ଲକ୍ଷ ଟଙ୍କାର ୧୫୦ ଗ୍ରାମ  ସୁନା ରହିଛି ।