ବିଜେଡିର ହଟଚମଟ ଭିତରେ ତୀର ମାରିଲେ ଅରୁଣ : ମୁହଁ ଖୋଲିଲେ ସମ୍ବିତ ରାଉତରାୟ

Advertisment

ବିଜେଡିର ଦଳୀୟ ବିବାଦ ଭିତରେ ମୁହଁ ଖୋଲିଲେ ଦଳର ସିନିୟର ଓ ଜୁନିୟର ନେତା । ଭେଟେରାନ୍ ନେତା ଅରୁଣ ସାହୁ କହିଲେ, ଦଳ ଭିତରେ ସଂସ୍କାର ଓ ବିଜେପି ବିରୋଧରେ ରଣହୁଙ୍କାର ଦେବା ସମୟ ଆସିଛି ।

ବିଜେଡିର ଦଳୀୟ ବିବାଦ ଭିତରେ ମୁହଁ ଖୋଲିଲେ ଦଳର ସିନିୟର ଓ ଜୁନିୟର ନେତା । ଭେଟେରାନ୍ ନେତା ଅରୁଣ ସାହୁ କହିଲେ, ଦଳ ଭିତରେ ସଂସ୍କାର ଓ ବିଜେପି ବିରୋଧରେ ରଣହୁଙ୍କାର ଦେବା ସମୟ ଆସିଛି ।

Aruna 2

Photograph: (KanakNews )

କନକ ବ୍ୟୁରୋ : ବିଜେଡିର ଦଳୀୟ ବିବାଦ ଭିତରେ ମୁହଁ ଖୋଲିଲେ ଦଳର ସିନିୟର ଓ ଜୁନିୟର ନେତା । ଭେଟେରାନ୍ ନେତା ଅରୁଣ ସାହୁ କହିଲେ, ଦଳ ଭିତରେ ସଂସ୍କାର ଓ ବିଜେପି ବିରୋଧରେ ରଣହୁଙ୍କାର ଦେବା ସମୟ ଆସିଛି । ରାସ୍ତାରେ ଯିବାବେଳେ ଛୋଟ ଛୋଟ ଭୁଲ୍ ହୁଏ, କିନ୍ତୁ ତାକୁ ସୁଧାରିବାର ଆବଶ୍ୟକତା ରହିଛି । ନବୀନ ଆମର ଏକମାତ୍ର ନେତା । ତାଙ୍କ ନେତୃତ୍ବରେ ଦଳ ଚାଲିଛି, ଏଥିରେ କୌଣସି ଦ୍ବିମତ ନାହିଁ । 

ଅର୍ଥାତ୍ ଅରୁଣ ସାହୁ ପରୋକ୍ଷରେ, ଦଳ ଭିତରେ ସଂସ୍କାର ନଥିବା କଥା ସଙ୍କେତ ଦେଇଛନ୍ତି । ଆଉ ବିଜେଡିର ଆଭିମୁଖ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଚିହ୍ନ ଛିଡ଼ା କରିଛନ୍ତି । ୱାକଫ୍ ବିଲରେ ଯେତେବେଳେ ବିଜେଡିର ସାଂସଦ ସମର୍ଥନ ଦେଇଛନ୍ତି, ସେତେବେଳେ ଅରୁଣ ସାହୁ ବିଜେପି ବିରୋଧରେ ରଣହୁଙ୍କାର ଦେବା କଥା କହୁଛନ୍ତି । 

ସେପଟେ ଜୁନିୟର ନେତା ତଥା ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ମୁହଁ ଖୋଲିଛନ୍ତି । ବଡ଼ ବୟାନ ଦେଇ କହିଛନ୍ତି, ନବୀନ ପଟ୍ଟନାୟକଙ୍କୁ କ୍ଷତି ପହଞ୍ଚାଇଲେ ସ୍ବର ଉତ୍ତୋଳନ ହେବ । ନବୀନ ସୁଦୃଢ ହେବା କଥା ସମସ୍ତେ ଚାହୁଁଛନ୍ତି । ସବୁ ନେତା ଆଶା ଆଶଙ୍କା ଭିତରେ ଅଛନ୍ତି, ଯାହାର ଖୁବ୍ ଶୀଘ୍ର ଯବନିକା ପଡିବ । ଆମର ନେତା ହେଉଛନ୍ତି ନବୀନ ପଟ୍ଟନାୟକ ବୋଲି କହିଛନ୍ତି ସମ୍ବିତ ରାଉତରାୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe