କନକ ବ୍ୟୁରୋ : ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସସିର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ କୁମାର ଷଡ଼ଙ୍ଗୀ । ଓପିଏସସି କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦେଇ ସ୍ୱାଗତ କରିଥିଲେ ଓପିଏସସି କର୍ମଚାରୀ । ଏହାପରେ ବିଧିବଦ୍ଧ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରତିକ୍ରିୟା ଦେଇ ଅରୁଣ ଷଡଙ୍ଗୀ କହିଛନ୍ତି, ତାଙ୍କୁ ଏକ ଗୁରୁଦାୟିତ୍ୱ ମିଳିଛି । ଓପିଏସସି ପରିଚାଳନା କରୁଥିବା ପରୀକ୍ଷା ଏବଂ ଚୟନ ପକ୍ରିୟାରେ ସ୍ୱଚ୍ଛତା ଆଣିବା ଉପରେ ତାଙ୍କର ପ୍ରାଥମିକତା ରହିବ । ଠିକ ସମୟରେ ପରୀକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯିବ । ଚୟନ ପକ୍ରିୟାରେ ସ୍ୱଚ୍ଛତା ଆଣିବା ସହ ମେଧାବୀ ପରୀକ୍ଷାର୍ଥୀଙ୍କୁ ଗୁରୁତ୍ୱ ଦେଇ ଚୟନ କରାଯିବ ବୋଲି କହିଛନ୍ତି ଓପିଏସସିର ନୂତନ ଅଧ୍ୟକ୍ଷ ଅରୁଣ ଷଡଙ୍ଗୀ ।
ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅରୁଣ ଷଡ଼ଙ୍ଗୀ । ପରୀକ୍ଷା ଓ ଏବଂ ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ
ଓପିଏସସି କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇ ସ୍ୱାଗତ କରିଥିଲେ ଓପିଏସସି କର୍ମଚାରୀ । ଏହା ପରେ ବିଦ୍ଧିବଦ୍ଧ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରତିକ୍ରିୟା ଦେଇ ଅରୁଣ ଷଡଙ୍ଗୀ କହିଛନ୍ତି ତାଙ୍କୁ ଏକ ଗୁରୁ ଦାୟିତ୍ୱ ମିଳିଛି ।