କନକ ବ୍ୟୁରୋ : ଶୁକ୍ରବାର ଦିନ ରାଜ୍ୟ ସରକାର ବରିଷ୍ଠ ଆଇପିଏସ ଅଫିସର ଅରୁଣ ଷଡଙ୍ଗୀଙ୍କୁ ଓପିଏସସି ଚେୟାରମ୍ୟାନ ପଦରେ ନିଯୁକ୍ତି ଦେଇଛନ୍ତି । ଏହା ପୂର୍ବରୁ ସେ ଇନଚାର୍ଜ ଅଫ୍ ଡିଜିପି ପଦଭାର ସମ୍ଭାଳିଥିଲେ ।

Advertisment

ସ୍ୱତନ୍ତ୍ର ପୋଲିସ ମହାନିର୍ଦ୍ଦେଶକ (ପ୍ରଶିକ୍ଷଣ) ତଥା ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ଓଡିଶାର ନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀଙ୍କୁ ଓଡିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତ କରି ରାଜ୍ୟପାଳ ଖୁସିବ୍ୟକ୍ତ କରିଛନ୍ତି । ଏନେଇ ଶୁକ୍ରବାର ଦିନ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ତରଫରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । 

ବିଜ୍ଞପ୍ତିରେ କୁହାଯାଇଛି ଯେ ଓପିଏସସିର ଅଧ୍ୟକ୍ଷ ଭାବେ ଅରୁଣ କୁମାର ଷଡଙ୍ଗୀଙ୍କ ଚାକିରି ସର୍ତ୍ତାବଳୀ ସମୟ ସମୟରେ ସଂଶୋଧିତ ହୋଇପାରେ । ଓପିଏସସିର ସେବା ସର୍ତ୍ତାବଳୀ ୧୯୫୨ର ବ୍ୟବସ୍ଥା ଅନୁସାରେ ନିୟନ୍ତ୍ରିତ ହେବ ।