କନକ ବ୍ୟୁରୋ : ଜବାବ ଦାଖଲ କଲେ ଅରୁଣ ସାହୁ । ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ ମାମଲାରେ ଜବାବ ଦାଖଲ କଲେ ଅରୁଣ ସାହୁ । ଏନେଇ ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।
ତାଙ୍କ ବିରୁଦ୍ଧରେ ହୋଇଥିବା ମାମଲା ଖାରଜ ପାଇଁ ଆବେଦନ କରିଛନ୍ତି ଅରୁଣ । ତେବେ ପୂର୍ବରୁ ପ୍ରତିପକ୍ଷ ବିଜେପି ପ୍ରାର୍ଥୀ ପ୍ରତ୍ୟୁସା ରାଜେଶ୍ୱରୀ ମିଥ୍ୟା ସତ୍ୟ ପାଠ ଦାଖଲ ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ବିଧାୟକ ଅରୁଣ ସାହୁଙ୍କ ଅଡୁଆ ବଢିଥିଲା । ଏବେ ସତ୍ୟପାଠ ଦାଖଲ ମାମଲାରେ ଜବାବ ଦାଖଲ କରିଛନ୍ତି ଅରୁଣ ସାହୁ । ଯାହାର ପରବର୍ତ୍ତୀ ଶୁଣାଣି ୨୮ ନଭେମ୍ବରରେ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/12/o81cmpw2D2ujAb4UCL1o.jpg)