୧୫୦ ଦିନରେ ସରକାରର ମୂଳଦୁଆ ଦୁର୍ବଳ । ଏ ସରକାର କାହା ରିମୋର୍ଟରେ ଚାଲିଛି?

Advertisment

ରାଜ୍ୟ ସରକାରଙ୍କୁ ‘ଅରୁଣ’ ବାଣ । ଗୁରୁବାର ରାଜ୍ୟରେ ଗତ ୧୫୦ ଦିନ ଭିତରେ ଘଟିଯାଇଥିବା କ୍ରାଇମ୍ ରିପୋର୍ଟକୁ ଦେଖାଇ ସରକାରକୁ ଟାର୍ଗେଟ କରିଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ । ସିଧା ସିଧା ମୋହନ ସରକାରକୁ ତୀର ମାରିବା ସହ, ଅରୁଣ ସାହୁ କହିଛନ୍ତି

ରାଜ୍ୟ ସରକାରଙ୍କୁ ‘ଅରୁଣ’ ବାଣ । ଗୁରୁବାର ରାଜ୍ୟରେ ଗତ ୧୫୦ ଦିନ ଭିତରେ ଘଟିଯାଇଥିବା କ୍ରାଇମ୍ ରିପୋର୍ଟକୁ ଦେଖାଇ ସରକାରକୁ ଟାର୍ଗେଟ କରିଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ । ସିଧା ସିଧା ମୋହନ ସରକାରକୁ ତୀର ମାରିବା ସହ, ଅରୁଣ ସାହୁ କହିଛନ୍ତି

arun sahoo

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ‘ଅରୁଣ’ ବାଣ । ଗୁରୁବାର ରାଜ୍ୟରେ ଗତ ୧୫୦ ଦିନ ଭିତରେ ଘଟିଯାଇଥିବା କ୍ରାଇମ୍ ରିପୋର୍ଟକୁ ଦେଖାଇ ସରକାରକୁ ଟାର୍ଗେଟ କରିଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ । ସିଧା ସିଧା ମୋହନ ସରକାରକୁ ତୀର ମାରିବା ସହ, ଅରୁଣ ସାହୁ କହିଛନ୍ତି ଯେ, ଏ ସରକାର ୧୦୦ ଦିନରେ ସବୁ ସମାଧାନ କରିବାକୁ କହିଥିଲେ, କିନ୍ତୁ ୧୫୦ ଦିନ ବିତିଲାଣି । ତେବେ ନୂଆ ସରକାର ଆସିଲେ ଉଦ୍ଧିପନା ରହିବା କଥା । କିନ୍ତୁ ଉଦ୍ଦିପନାରେ ଦାଇତ୍ୱ ଭୁଲି ଯାଉଛନ୍ତି ସରକାର । ଯେଉଁଥିପାଇଁ କ୍ରାଇମ ହେଉଛି ବୋଲି କହିଛନ୍ତି ଅରୁଣ ସାହୁ ।

ଖାଲି ସେତିକି ନୁହେଁ, ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୦୦ ଦିନ ଗଲା ଏବେ ୧୫୦ ଦିନ ପୁରିବ । ସରକାରକୁ ଆସୁ ଆସୁ ଚାରିଦ୍ୱାର ଖୋଲା ହେଲା, ଯାହା ଦ୍ୱାରା ମହିଳା ଅସୁବିଧାରେ ପଡିଲେ, ଦଳାଚକଟା ବଢିଲା । ସେପଟେ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ରିପୋର୍ଟ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଅରୁଣ । ତେବେ ଦାୟିତ୍ୱହୀନ ମନ୍ତବ୍ୟ ପାଇଁ କ୍ରାଇମ ବଢୁଛି ବୋଲି କହିବା ସହ ମୋହନ ସରକାରକୁ ତେରେଛା ତୀର ମାରିଛନ୍ତି ଅରୁଣ ।

ଅନ୍ୟପଟେ ଜୁଲାଇରୁ ଅକ୍ଟୋବର ମଧ୍ୟରେ ୧୨୫୦ ବଳାତ୍କାର, ୫୫୬ ହତ୍ୟା ଘଟିଛି । ଚୋରି ଛିନତାଇରେ ଭୁବନେଶ୍ୱର ପ୍ରଥମ ହୋଇଛି । ସେହିପରି ଡକାୟତିରେ ସମ୍ବଲପୁର ପ୍ରଥମ । ଆଉ ଗଞ୍ଜାମ କ୍ରାଇମରେ ସବୁଠୁ ଆଗରେ ରହିଲାଣି ବୋଲି ଅରୁଣ ସାହୁ କହିବା ସହ ମୟୁରଭଞ୍ଜ ସବୁଠୁ ଶାନ୍ତ ଜିଲ୍ଲା ଥିଲା, ହେଲେ ଏବେ ସେଠାରେ ୫୨ ଟି ବଳତ୍କାର କେସ୍ ରୁଜୁ ହେଇଛି ବୋଲି କହି ମୋହନ ସରକାରର ଆଇନ୍ ଶୃଙ୍ଖଳା ଉପରେ ବଡ଼ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି ଅରୁଣ ।

ସେପଟେ ରାଜ୍ୟରେ ଏବେ  ଭିଆଇପି କଲଚର ଆରମ୍ଭ ହୋଇଛି । ଭିଆଇପିଙ୍କୁ ସୁରକ୍ଷା ଦେବାକୁ ସମ୍ପୂର୍ଣ ପୋଲିସ ବିଭାଗ ଲାଗି ପଡିଛି । ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ ବିପର୍ୟ୍ୟସ୍ତ ହୋଇପଡିଛି । ୧୫୦ ଦିନରେ ସରକାରର ମୂଳଦୁଆ ଦୁର୍ବଳ ହୋଇଛି । ଏ ସରକାର କାହା ରିମୋଟରେ ଚାଲିଛି, ଦିଲ୍ଲୀ, ପାର୍ଟି ନା ଆରଏସଏସ ରିମୋଟରେ ଚାଲିଛି ବୋଲି ସେ ପ୍ରଶ୍ନ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe