କନକ ବ୍ୟୁରୋ : ମଣ୍ଡିରେ କଟନୀ ଛଟନୀ ନେଇ ମନ୍ତ୍ରୀଙ୍କ ବୟାନ ପରେ ମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । କଟାକ୍ଷ କରି କହିଛନ୍ତି, ମନ୍ତ୍ରୀ ଏମିତି ସତ କହିବା ଉଚିତ୍ । 

Advertisment

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଡବଲ ଅଞ୍ଜିନ୍ ସରକାରରେ ଡବଲ କଟନୀ ଛଟନୀ ହେଉଛି । ଚାଷୀଙ୍କୁ ଶୋଷଣ କରି, ମଲରଙ୍କ ସହ ଡିଲ୍ କରୁଛନ୍ତି । ବିଭାଗରେ କଣ ଚାଲୁଛି ମନ୍ତ୍ରୀ ଜାଣିପାରୁ ନାହାନ୍ତି । କୌଣସି ସମସ୍ୟା ନେଇ ମନ୍ତ୍ରୀଙ୍କ ପାଖକୁ ଗଲେ ମନ୍ତ୍ରୀ କହୁଛନ୍ତି ଆମେ ବିଭାଗ ସହ ଆଲୋଚନା କରି କହୁଛି  । ସେମାନେ ଜାଣିନାହାନ୍ତି, ମନ୍ତ୍ରୀ ସେହି ବିଭାଗର ହେଡ୍ ବୋଲି । ଯାହା ପଚାରିଲେ ସଚିବଙ୍କଠୁ ବୁଝି କହୁଛନ୍ତି । ଏ ସରକାର କ୍ଷମତାକୁ ଆସିବା ପୂର୍ବରୁ କହିଥିଲେ କଟନୀ ଛଟନୀ କରିବେନି । ଏବେ କେମିତି କଟନୀ ଛଟନୀ ହେଉଛି । ଏହା ଡବଲ ଇଞ୍ଜିନ୍ ସରକାର ନୁହେଁ, ଡବଲ କଟନୀ ଛଟନୀ ସରକାର । ପାଠ ଜଣାନାହିଁ କି ସାଠ ଜଣା ନାହିଁ, କେଉଁଠୁ ଆସି ଗାଦିରେ ବସିପଡିଛନ୍ତି । ସବୁ କିଛି ବାବୁଙ୍କ ହାତରେ ଛାଡି ଦେଇ କେମିତି ଲୁଟିବେ ତାର ବାଟ ଖୋଜୁଛନ୍ତି । ବାବୁଙ୍କ ଆଗରେ ହାତ ଟେକି ଦେଇଛନ୍ତି, ମିଲରଙ୍କ ଆଗରେ ବି ହାତ ଟେକିଦେଇଛନ୍ତି । ତୁରନ୍ତ କଟନୀ ଛଟନୀ ବନ୍ଦ ହେଉ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।  

କ'ଣ କହିଥିଲେ ମନ୍ତ୍ରୀ

କଟନୀ ଛଟନୀ ନେଇ ମନ୍ତ୍ରୀ କହିଥିଲେ, ସରକାରଙ୍କ ନୀତି ହେଉଛି ଜିରୋ କଟନୀ ଛଟନୀ । ଅନେକ ଜିଲ୍ଲାରେ କଟନୀ ଛଟନୀ ହୋଇନି କିଛି ଜିଲ୍ଲାରେ ମିଲର ମାନମାନି କରୁଛନ୍ତି । ଜିଦି ଧରୁଛନ୍ତି ୬  ରୁ ୭ କିଲୋ କାଟିବା ପାଇଁ ।  ମିଲର କହୁଛନ୍ତି ଚାଷୀ ଏତେ ଟଙ୍କା ପାଉଛନ୍ତି ଆମେ କଣ ପାଇବୁ । ମୋତେ ଆଶ୍ଚର୍ଯ୍ୟ ଲାଗିଲା ଶୁଣିକି । ମୋତେ ଜଣେ ଆଇଏସ  ଅଫିସର କହିଲେ କୃଷକ ମିଲରଙ୍କ ମଧ୍ୟରେ ଛାଡ଼ି ଦିଅନ୍ତୁ ଆପଣ ମୁଣ୍ଡ ପୁରାନ୍ତୁନି । ସେମାନେ ଆପେ ନେଇଯିବେ । ମୁଁ ଅଫିସରଙ୍କୁ କହିଲି  ତେବେ ଆମ ପଲିସିର ଲାଭ କଣ । ଆଶ୍ଚର୍ଯ୍ୟ, ଏଭଳିଆ ମାନସିକତା ରହିଛି ସମସ୍ତଙ୍କୁ ପରିବର୍ତ୍ତନ କରିବାକୁ ସମୟ ଲାଗୁଛି । ଯେତେବଡ଼ ଅଫିସର ହେଉ କଟନୀ ଛଟନୀରେ ସହଯୋଗ କଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ଯେଉଁ ମିଲରମାନେ ଏମିତି କରିବେ ତାଙ୍କ ମିଲ ବ୍ଲାକ ଲିଷ୍ଟେଡ଼ ହେବ ।