କନକ ବ୍ୟୁରୋ : ମାଟି, ପ୍ଲାଷ୍ଟର ଅଫ ପ୍ୟାରିସ ଓ ବିଭିନ୍ନ ରଙ୍ଗ ବ୍ୟବହାର କରି ସୁନ୍ଦର କଳାକୃତ୍ତ ତିଆରି କରୁଛନ୍ତି ଖୋର୍ଦ୍ଧା କୋଦୁଅବେରେଣିର ପ୍ରଦୀପ । ତାଙ୍କ ହାତ ତିଆରି କଳାକୃତ୍ତି ଯେତିକି ଆକର୍ଷଣୀୟ,  ସେତିକି ମନଲୋଭା । ସେଥିପାଇଁ ଏହି ରାସ୍ତା ଦେଇ ଯିଏ ବି ଯାଉଛି ଘଡ଼ିଏ ଅଟକି ରହିଯାଉଛି । ଖୋର୍ଦ୍ଧା-କଣ୍ଟିଲୋ ରାସ୍ତାରେ ପଡେ କୋଦୁଅବେରେଣି ଗାଁ । ଯେଉଁ ଗାଁରେ ଯୁବ କାରିଗର ପ୍ରଦୀପଙ୍କ ଘର । ପିଲାଟି ଦିନରୁ ବାପା ଜେଜେବାପାଙ୍କ ଠାରୁ ମୂର୍ତ୍ତି କଳା ସିଖିଥିଲେ ପ୍ରଦୀପ । ବିଭିନ୍ନ ପୂଜା ସମୟରେ ମୂର୍ତ୍ତି ଗଢୁଥିଲେ । ହେଲେ ମୂର୍ତ୍ତି ସମୟରେ ଟେରାକୋଟା ମୂର୍ତ୍ତିର ଚାହିଦାକୁ ଦୃଷ୍ଟିରେ ରଖି ଟେରାକୋଟାର ବିଭିନ ମୂର୍ତ୍ତି ଗଢି ଏକ ଆର୍ଟ ଗ୍ୟାଲେରୀ ନିର୍ମାଣ କରିଛନ୍ତି ।

Advertisment

ଟେରାକୋଟାରେ ଘୋଡା, ଟେରାକୋଟାରେ ସୁରେଇ, ଲକ୍ଷ୍ମୀ, ଗଣେଷ, ଲାଫିଙ୍ଗ ବୁଦ୍ଧ, କପ, ପ୍ଲେଟ, କଡେଇ, ବାସ୍ତୁ ଶାସ୍ତ୍ର ଉପକରଣ, ଘରସଜା ଉପକରଣ ଆଦି ଅନେକ ଜିନିଷ ସଜିତ ହୋଇ ରହିଛି ଏହି ଷ୍ଟୁଡ଼ିଅରେ । ଯାହାକି ଲୋକଙ୍କୁ ଆକୃଷ୍ଟ କରୁଛି । କୁହାଯାଏ କଳାର ଯାଦୁଗର ପ୍ରଦୀପଙ୍କ ଏସବୁ କଳା ତାଙ୍କ ହାତର ଯାଦୁ । ଲୋକଙ୍କ ଅର୍ଡର ଅନୁସାରେ ମୂର୍ତ୍ତି ଗଢୁଛନ୍ତି । ଅତି ସୁନ୍ଦର ଚମତ୍କାର ଭାବରେ ଗଢି ତୋଳନ୍ତି ସେ । ତାଙ୍କ ଠାରୁ ମୂର୍ତ୍ତି ସବୁ ନେଇ ବିଭିନ୍ନ ବେପାରୀ ସେମାନଙ୍କର ବେପାର କରନ୍ତି । ତାଙ୍କ ଆର୍ଟ ଗ୍ୟାଲେରୀରେ ପୂଜା ପର୍ବାଣୀ ସମୟରେ ଗାଁ ଓ ସହରର ବ୍ୟବସାୟୀଙ୍କ ଭିଡ଼ ଜମିଥାଏ ।  

ପ୍ରଦୀପଙ୍କ ଏହି କାମରେ ନିଜ ପରିବାର ସହ ଅନ୍ୟ କାରିଗର ମାନେ ମଧ୍ୟ ନିୟୋଜିତ ଅଛନ୍ତି । ହାତ ତାଆରି  ଟେରାକେଟା କାରିଗରୀ ସବୁ ସ୍ଥାନୀୟ ଅଂଚଳର ଲୋକଙ୍କୁ ବେଶ ପସନ୍ଦ ଆସୁଛି । ବିଶେଷକରି ପର୍ଯଟନ ଋତୁରେ ଏହି ରାସ୍ତାରେ ପର୍ଯ୍ୟଟକ ମାନେ ଯାଉଥିବାରୁ ଭଲ ବେପାର ହୋଇଥାଏ । ପ୍ରଦୀପଙ୍କ ଏହି କଳା କେବଳ ତାଙ୍କୁ ନୁହେଁ ତାଙ୍କ ସହ ଜଡିତ ଅନ୍ୟ ପରିବାରକୁ ମଧ୍ୟ ରୋଜଗାରକ୍ଷମ କରାଇବାରେ ସହାୟକ ହୋଇଛି ।