କନକ ବ୍ୟୁରୋ : ଗତ କିଛି ବର୍ଷ ଧରି AI ବିଜ୍ଞାନ କ୍ଷେତ୍ରରେ ଅନେକ ବିକାଶ କରିବା ସହିତ ସଫଳତା ମଧ୍ୟ ହାସଲ କରିଛି । AI ଦ୍ବାରା ଟେକ୍ନୋଲୋଜି ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଅଦ୍ଭୁତ ପୂର୍ବ ସଫଳତା ମିଳିଛି । AI Chatbot Information ରେ ଭରପୂର ହୋଇଥାଏ ଏବଂ ଅନେକ କାର୍ଯ୍ୟରେ ଲାଭକାରୀ ସାବ୍ୟସ୍ତ ହୋଇଥାଏ । ତେବେ ମାଇକ୍ରୋସଫ୍ଟ ଏହାକୁ ନେଇ ଚକିତ କଲା ଭଳି ତଥ୍ୟ ଦେଇଛି । ମାଇକ୍ରୋସଫ୍ଟର କହିବାନୁସାରେ କମ୍ପାନି ଏମିତି ଏକ AI ସିଷ୍ଟମର ବିକାଶ କରିଛି ଯାହାର ସାହାଯ୍ୟରେ ଗମ୍ଭୀର ରୋଗ ବିଷୟରେ ସୂଚନା ମିଳିବ । ଏହି ସିଷ୍ଟମର ନାଁ ‘Diagnostic Orchestrator’ । ଏହା ରୋଗର ପରୀକ୍ଷଣ ଏବଂ ନିଦାନ କରିବା କ୍ଷେତ୍ରରେ କୌଣସି ଅନୁଭବୀ ଡାକ୍ତରଙ୍କ ପରି କାମ କରିଥାଏ । 

Advertisment
ai_healthcare
ai_healthcare Photograph: (google)

କମ୍ପାନିର AI ସିଷ୍ଟମର ସାହାଯ୍ୟରେ ରୋଗ ଏବଂ ଏହାର ନିରାକରଣ ବିଷୟରେ ଶୀଘ୍ର ସୂଚନା ମିଳେ । ଯେଉଁଥିପାଇଁ ଏହି ସିଷ୍ଟମକୁ ଭବିଷ୍ୟତ ପାଇଁ ଲାଭକାରୀ ବୋଲି ମନେ କରାଯାଉଛି । ଯେତେବେଳେ ଏହି AI ସିଷ୍ଟମକୁ ଓପନ୍ ଏଆଇର ୦୩ ମଡେଲ୍ ସହ ଯୋଡ଼ାଗଲା ଏଥିରେ ୧୦ ରୁ ୮ ଟି ମେଡିକାଲ୍ ମାମଲା ସହଜରେ ଜଣାପଡ଼ିଗଲା । ଅନ୍ୟପକ୍ଷରେ ଏହି ମେଡିକାଲ୍ କେସ୍ ଯେତେବେଳେ ଡାକ୍ତରଙ୍କ ପାଖକୁ ଗଲା ମାତ୍ର ୨ ଟି କେସ୍ ହିଁ ଜଣାପଡ଼ିଲା । ଏହାର ଅର୍ଥ ଡାକ୍ତରଙ୍କ ପାଖରେ ପ୍ରାକ୍ଟିସିଙ୍ଗ୍ ଫିଜିସିଆନର ଅନୁଭବ ତ ରହିଛି କିନ୍ତୁ ସାହାଯ୍ୟ ପାଇଁ ପାଖରେ ସହକର୍ମୀ, ପାଠ୍ୟପୁସ୍ତକ ଏବଂ ଚାଟବଟ୍ ଭଳି ଅନ୍ୟ ବିକଳ୍ପ ନାହିଁ । ତେଣୁ କମ୍ପାନିର କହିବାନୁସାରେ ଏହି ସିଷ୍ଟମ୍ ସଠିକ କାମ କରିବାରେ ସାହାଯ୍ୟ କରିଥାଏ । ତେବେ ଏଆଇ ସିଷ୍ଟମର ଏହି ବିକଳ୍ପ ଶସ୍ତା , ସମସ୍ତଙ୍କ ପାଖରେ ପହଞ୍ଚି ପାରୁଥିବା ଏବଂ ପରୀକ୍ଷଣରେ ସଫଳତା ମିଳିବା ପରେ ବି ଡାକ୍ତରଙ୍କ ଜାଗା ନେଇପାରିବ ନାହିଁ । AI ଡାକ୍ତରଙ୍କ ସାହାଯ୍ୟରେ ନିଜର ଚିକିତ୍ସାକୁ ଆହୁରି ଉନ୍ନତ କରିପାରେ କିନ୍ତୁ ନିଜେ ଚିକିତ୍ସା କରିପାରିବ ନାହିଁ ।